ଡିପ୍ଲୋମା ନାମଲେଖା ପାଇଁ ଆବେଦନ ଆଜିଠୁ

Advertisment
ସେପ୍ଟେମ୍ବର ୧୦ରୁ ୨୭ ଯାଏଁ ୨ୟ ପର୍ଯ୍ୟାୟ ଇ-ଆଡମିସନ ପ୍ରକ୍ରିୟା: ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଆବେଦନ କରିପାରିବେ

DNA India

ଭୁବନେଶ୍ବର : ସରକାରୀ ଓ ଘରୋଇ ପଲିଟେକ୍‌ନିକ୍‌ରେ ଇଞ୍ଜିନିୟରିଂ ଓ ନନ୍‌-ଇଞ୍ଜିନିୟରିଂ ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ଲାଗି ଜୁଲାଇ ୫ ତଥା ସୋମବାରଠାରୁ ଆବେଦନ ଆରମ୍ଭ ହେବ। ପ୍ରଥମ ବର୍ଷରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ମାଟ୍ରିକ୍‌ରେ ୩୫% ମାର୍କ ରଖି ପାସ୍‌ କରିଥିବା ଯେକୌଣସି ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ସେହିପରି ତୃତୀୟ ସେମିଷ୍ଟରରେ ନାମଲେଖା ଲାଗି ଆବେଦନ କରିବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ନାମଲେଖା ପାଇଁ www.dteorissa.gov.in ୱେବସାଇଟ୍‌ରେ ସବିଶେଷ ତଥ୍ୟ ଉପଲବ୍ଧ ‌ହୋଇଛି। ଛାତ୍ରଛାତ୍ରୀ ତାହାକୁ ପଢ଼ିବା ସହ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe