ଶିକ୍ଷକ ବଦଳି ପାଇଁ ୧୬ରୁ ଆବେଦନ

ଛୁଟିରେ ସ୍କୁଲ ଆସିବେ ଶିକ୍ଷକ

Update Odisha

ଭୁବନେଶ୍ବର : ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ବଦଳି ପାଇଁ ଆବେଦନ ସମୟ ଅବଧିକୁ ସଂଶୋଧିତ କରିବା ଲାଗି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗତ ୨୭ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଥିଲା। ଯାହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁର କରାଯିବା ସହ ସମସ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଉକ୍ତ ଦୁଇ ନିର୍ଦେଶାଳୟକୁ କୁହାଯାଇଛି। ସଂଶୋଧିତ ସମୟ ଅବଧି ଅନୁଯାୟୀ ଆଗ୍ରହୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ଜୁନ୍‌ ୧୬ରୁ ୩୦ ମଧ୍ୟରେ ଅନ୍‌ଲାଇନ୍‌ରେ ବଦଳି ପାଇଁ ଆବେଦନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe