ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ

Advertisment
ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର: ଆବେଦନର ଶେଷ ତାରିଖ ଘୁଞ୍ଚିଲା

Kalinga TV

ଭୁବନେଶ୍ବର: ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ପ୍ରତି ବର୍ଷ କ୍ରୀଡ଼ା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ । ୨୦୨୨ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ନିମନ୍ତେ ଆବେଦନକାରୀ ଆମନ୍ତ୍ରଣ ପତ୍ର ସମ୍ପର୍କିତ ବିଜ୍ଞପ୍ତି ୱେବ୍ ସାଇଟ୍ www.yas.nic.in ରେ ଅପ୍‌ଲୋଡ୍ କରା ଯାଇଛି । ଭାରତୀୟ ଅଲିମ୍ପିକ୍ ସଂଘ , ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସ୍ୱୋର୍ଟସ୍‌ ଅଥରିଟି ଅଫ୍ ଇଣ୍ଡିଆ), ସ୍ୱୀକୃତି ପ୍ରାପ୍ତ ଜାତୀୟ କ୍ରୀଡ଼ା ସଂଘ, କ୍ରୀଡ଼ା ପ୍ରୋତ୍ସାହନ ବୋର୍ଡ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଇତ୍ୟାଦିଙ୍କୁ ମଧ୍ୟ ସେହି ଅନୁଯାୟୀ ସୂଚନା କରାଯାଇଛି।

ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡ଼ାବିତ୍‌, ପ୍ରଶିକ୍ଷକ, ସଂସ୍ଥା, ବିଶ୍ୱବିଦ୍ୟାଳୟଗୁଡ଼ିକ ଠାରୁ ଆବେଦନ ଆମନ୍ତ୍ରଣ କରାଯାଇଛି । ଏହି ବର୍ଷ ଠାରୁ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ ମାଧ୍ୟମରେ କେବଳ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନଗୁଡ଼ିକ ଆମନ୍ତ୍ରିତ କରାଯାଉଛି । ପୁରସ୍କାର ନିର୍ଦ୍ଦେଶାବଳୀ ଅନୁଯାୟୀ ଆବେଦନକାରୀ କେବଳ ପୋର୍ଟାଲ୍ dbtyas-sports.gov.in ରେ ଅନ୍‌ଲାଇନ୍ ମାଧ୍ୟମରେ କୌଣସି କର୍ତ୍ତୃପକ୍ଷ ଓ ବ୍ୟକ୍ତିଙ୍କ ବିନା ସୁପାରିଶରେ ଆତ୍ମନିବେଦନ କରିବାକୁ ଅନୁମତି ପ୍ରଦାନ କରା ଯାଇଛି । ଅନ୍ ଲାଇନ୍ ଆବେଦନ କରିବା ସମୟରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ, ଆବେଦନକାରୀ କ୍ରୀଡା ବିଭାଗ ସହିତ ଇ – ମେଲ୍ ଆଇଡି section.sp4-moyasgovin ମାଧ୍ୟମରେ ଯୋଗାଯୋଗ କରି ପାରିବେ କିମ୍ବା ୦୧୧ – ୨୩୩୮୭୪୩୨ ଟେଲିଫୋନ୍ ନମ୍ବରରେ ଯେ କୌଣସି କାର୍ଯ୍ୟ ଦିବସରେ ସକାଳ ୯ଟା ରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ସମୟ ଭିତରେ ଯୋଗାଯୋଗ କରି ପାରିବେ । ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ୍‌ଙ୍କର ଆବେଦନ ପୋର୍ଟାଲ୍ dbtyas-sports.gov.in ରେ ୨୦ ସେପ୍ଟେମ୍ବର ୨୦୨୨ ତାରିଖ ରାତି ୧୧. ୫୯ ସୁଦ୍ଧା ଦାଖଲ ହେବା ଜରୁରୀ । ଶେଷ ତାରିଖ ପରେ ଗ୍ରହଣ କରା ଯାଇଥିବା ଆବେଦନକୁ ବିଚାରକୁ ନିଆ ଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe