ଆଜିଠୁ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ

ମେ’ ୮ରୁ ଓଜେଇଇ, ଜୁଲାଇରେ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ବର : ବି.ଟେକ୍‌, ଏଲ୍‌ଇ-ଟେକ୍‌(ଡିପ୍ଲୋମା), ଏଲ୍‌ଇ-ଟେକ୍‌(ବି.ଏସ୍‌ସି), ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌ ଫାର୍ମା ପରି ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ କରାଯିବ। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ଅନୁଷ୍ଠିତ ହେବ। ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ www.ojee.nic.in ମାଧ୍ୟମରେ ଆବେଦନ କରିପାରିବେ।

ଫର୍ମ ପୂରଣ କରିବା ପୂର୍ବରୁ ଇନ୍‌ଫର୍ମେସନ୍‌ ବ୍ରୋସିୟର୍‌କୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଜେଇଇ ମେନ୍‌ ୨୦୨୨ ଓ ଓଜେଇଇ ୨୦୨୨ରେ ଭାଗନେଇ ରୢାଙ୍କ ପାଇଥିବା ଛାତ୍ରଛାତ୍ରୀ ସ୍ବତନ୍ତ୍ର ଓଜେଇଇରେ ଭାଗ ନେବାର ଆବଶ୍ୟକତା ନାହିଁ। ଏହି ପ୍ରବେଶିକା ପରୀକ୍ଷାରେ ଯେଉଁମାନେ ରୢାଙ୍କ ପାଇବେ, ସେମାନେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍‌ ଲାଗି ଆଲଟ୍‌ ହେବେ। ବାହାର ରାଜ୍ୟର ଛାତ୍ରଛାତ୍ରୀ ସରକାରୀ କଲେଜରେ ନାମଲେଖା ଲାଗି ଯୋଗ୍ୟ ନୁହନ୍ତି। ମାତ୍ର ସେମାନେ ଘରୋଇ କଲେଜରେ ନାମ ଲେଖାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe