ଓଜେଇଇ ପାଇଁ ଆବେଦନ ଆରମ୍ଭ

Advertisment
ଓଜେଇଇ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ମେ’ ୧୩ରେ ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)। ବି.ଫାର୍ମା, ବିଏଚ୍‌ଏମ୍‌ଏସ୍‌, ବିଏଏମ୍‌ଏସ୍‌, ବିଟେକ୍‌, ଏମ୍‌ସିଏ ଓ ବି.ଫାର୍ମା ଲାଟେରାଲ ଏଣ୍ଟ୍ରି, ଏମ୍‌.ଟେକ୍‌, ଏମ୍‌.ଆର୍କ, ଏମ.ପ୍ଲାନ୍‌, ଏମ୍‌.ଫାର୍ମା, ଏମ୍‌ସିଏ, ଏମ୍‌ବିଏ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ‘www.ojee.nic.in’ ମାଧ୍ୟମରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ୨୦ ଏପ୍ର୍ରିଲଠାରୁ ପରୀକ୍ଷାର୍ଥୀ େଓ୍ଵବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିବେ। ୧୩ ମେ’ରେ ଦୁଇଟି ସିଟିଂରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe