ମେଡିକାଲ ନାମଲେଖା ପାଇଁ ଆଜିଠୁ ଆବେଦନ

ଡିଏନ୍‌ବି ବିଶେଷଜ୍ଞ ଡାକ୍ତରଙ୍କୁ ଆର୍ଥିକ ପ୍ରୋତ୍ସାହନ

BioSpectrum Asia

ଭୁବନେଶ୍ବର: ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ବାଟ ଫିଟିଲା। ନ୍ୟାସନାଲ ଏଜିଲିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ସ୍ନାତକ(ୟୁଜି) ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ପରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ନିଟ୍‌ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ ବୁଧବାର ତଥା ଜାନୁଆରି ୧୨ ତାରିଖ ପୂର୍ବାହ୍ନ ୧୨ଟାରୁ ୧୮ ତାରିଖ ରାତି ୧୧ଟା ୫୯ ମଧ୍ୟରେ ପଞ୍ଜୀକରଣ କରିବା ସହ ଅନ୍‌ଲାଇନ୍‌ ଆବେଦନ, ଫି’ ଦାଖଲ, ଅନ୍‌ଲାଇନ୍‌ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିପାରିବେ। ୨୪ ତାରିଖ ସନ୍ଧ୍ୟା ୫ଟାରେ ପ୍ରୋଭିଜନାଲ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ। ତାଲିକାକୁ ନେଇ ପ୍ରାର୍ଥୀଙ୍କର ଯଦି କୌଣସି ପ୍ରଶ୍ନ ଥିବ ତେବେ ସେମାନେ ୨୫ ଓ ୨୬ ତାରିଖରେ ପ୍ରଶ୍ନ କରିପାରିବେ। ୨୭ ତାରିଖରେ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯିବ। ଚଏସ୍‌ ଫିଲିଂ, ଆଲଟ୍‌ମେଣ୍ଟ ଅଫ୍‌ ସିଟ୍‌ ଆଦି ସମ୍ପର୍କରେ ପରବର୍ତୀ ସମୟରେ ସୂଚନା ଦିଆଯିବ। ଅଧିକ ତଥ୍ୟ ଲାଗି ଛାତ୍ରଛାତ୍ରୀ www.ojee.nic.in, www.odishajee.com ନିୟମିତ ଦେଖିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ କହିଛନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ବି ରାଜ୍ୟର ୧୧ଟି ମେଡିକାଲ କଲେଜର ୧୫୧୩ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା ହେବ। ଯେଉଁଥିରେ ୮ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜ ରହିଛି। ମୋଟ ସିଟ୍‌ ମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟ୍‌ରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରିବ। ବାକି ସିଟ୍‌ ଲାଗି ସର୍ବଭାରତୀୟସ୍ତରରେ କାଉନସେଲିଂ କରାଯିବ। ‌ତେବେ ଅଲ୍‌ ଇଣ୍ଡିଆ କୋଟା(ଏଆଇକ୍ୟୁ)ରୁ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଫେରିବା ପରେ ସେଥିପାଇଁ ପରବର୍ତ୍ତୀ ସମୟରେ ରାଜ୍ୟସ୍ତରରେ କାଉନସେଲିଂ ହେବ। ଗତବର୍ଷ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜର ୨୫୦ ଲେଖାଏ ସିଟ୍‌ରେ ନାମଲେଖା ହୋଇଥିବା ବେଳେ ଭିଏସ୍‌ଏସ୍‌ ମେଡିକାଲ କଲେଜ ବୁର୍ଲାର ୨୦୦, ବାରିପଦା ଓ କୋରାପୁଟ ମେଡିକାଲ କଲେଜର ୧୨୫ ଲେଖାଏ, ବଲାଙ୍ଗୀର ଓ ବାଲେଶ୍ବର ମେଡିକାଲ କଲେଜର ୧୦୦ ଲେଖାଏ ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହୋଇଥିଲା। ଭୁବନେଶ୍ବର ଓ ରାଉରକେଲା ହାଇଟେକ୍‌ ମେଡିକାଲ କଲେଜର ୧୦୦ଟି ଲେଖାଏ ଏମ୍‌ବିବିଏସ୍‌ ସିଟ୍‌ ରହିଥିଲା। ଏହାବ୍ୟତୀତ ଏସ୍‌ସିବିର ୬୩ ଓ ଭୁବନେଶ୍ବର ହାଇଟେକ୍‌ର ୧୦୦ ଡେଣ୍ଟାଲ ସିଟ୍‌ରେ ନାମଲେଖା ହୋଇଥିଲା। ଏଥର ମଧ୍ୟ ସମାନ ସିଟ୍‌ରେ ନାମଲେଖା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe