ତଞ୍ଚକତା କରି ଫସଲବୀମା ଆବେଦନ: ୧୦ କୋଟିର ଠକେଇ,୧୪ ଗିରଫ

Advertisment

କମ୍ପ୍ୟୁଟର, ପ୍ରିଣ୍ଟର, ମୋବାଇଲ୍‌ ଫୋନ୍‌ ଜବତ

କମ୍ପ୍ୟୁଟର, ପ୍ରିଣ୍ଟର, ମୋବାଇଲ୍‌ ଫୋନ୍‌ ଜବତ

୪ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ

new-indian-express

ବଲାଙ୍ଗୀର: ବଲାଙ୍ଗୀରରେ ଏକ ବଡ଼ ଧରଣର ସାଇବର ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ଠକେଇରେ ଜନସେବା କେନ୍ଦ୍ର ସଂପୃକ୍ତ ଥିବା ଜଣାପଡ଼ିବା ପରେ ପୁଲିସ ସଂପୃକ୍ତ କେନ୍ଦ୍ରଗୁଡ଼ିକ ଉପରେ ଚଢ଼ଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏହି କାରବାରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ଋଷିକେଶ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀ ଖିଲାରୀ ଦେଇଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆବେଦନ ପରେ କିଛି ସନ୍ଦିଗ୍ଧ ଆବେଦନର ତାଳିକାକୁ ଜିଲ୍ଲା କୃଷି ବିଭାଗ ପୁଲିସକୁ ଦେଇ ଏକ ଲିଖିତ ଅଭିଯୋଗ କରିଥିଲା। ଏହା ଉପରେ ତଦନ୍ତ କରାଯାଇଥିଲା ଓ ଏଥିରେ ବଲାଙ୍ଗୀର ଜିଲ୍ଲାର ୧୩ ଓ କଳାହାଣ୍ଡି ଜିଲ୍ଲାର ଜଣେ ଜନସେବା କେନ୍ଦ୍ର ମାଲିକ ଗିରଫ ହୋଇଛନ୍ତି। ଅନ୍ୟ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଥିଲେ।

ବଙ୍ଗୋମୁଣ୍ଡାସ୍ଥିତ ଏକ ଜନସେବା କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ କରିବାକୁ ଆସୁଥିବା ଚାଷୀଙ୍କ ଜମି ରେକର୍ଡ଼ ଓ ପରିଚୟପତ୍ରକୁ ଜନସେବା କେନ୍ଦ୍ର ମାଲିକ କୌଶଳ କ୍ରମେ କପିକରି ରଖି ପକାଉଥିଲେ ଓ ସେହି ଜମି ରେକର୍ଡ଼କୁ ଦାଖଲ କରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏକାଧିକ ଥର ଆବେଦନ କରୁଥିବା ପୁଲିସ କହିଛି। ଜିଲ୍ଲା କୃଷି ବିଭାଗ ପକ୍ଷରୁ କରାଯାଉଥିବା ଫସଲ ବୀମା ଯୋଜନାରେ ଚାଷୀ ଜମି ରେକର୍ଡ଼ପତ୍ର ଓ ପରିଚୟପତ୍ର ସହିତ ବିଭିନ୍ନ ଜନାସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିଥାନ୍ତି ଓ ପ୍ରିମିୟମ ମଧ୍ୟ ଦାଖଲ କରିଥାନ୍ତି। ଜନସେବା କେନ୍ଦ୍ରର ମାଲିକ ସେହି ଜମି ରେକର୍ଡ଼ ଓ ପରିଚୟପତ୍ରକୁ ବ୍ୟବହାର କରି ଏକାଧିକ ଜନସେବା କେନ୍ଦ୍ର ମାଧ୍ୟମରେ ଯୋଜନାର ଫାଇଦା ଉଠାଇ ଆସୁଥିଲେ। ଏନେଇ ଲିଖିତ ଅଭିଯୋଗ ପାଇବା ପରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବଙ୍ଗୋମୁଣ୍ଡା, ସିନ୍ଧେକେଲା, ପାଟଣାଗଡ଼, ଟିଟିଲାଗଡ଼, ମୁରିବାହାଲ ଆଦି ସ୍ଥାନରେ ଚଢ଼ଉ କରାଯାଇ ଉକ୍ତ ୧୪ ଜଣଙ୍କୁ ଗିରଫ କରାଯାଇଥିଲା।

ଗିରଫ ଜନସେବା କେନ୍ଦ୍ର ମାଲିକମାନେ ‌ହେଲେ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡାର କୁବେର ମେହେର (୨୮), ଡୁମେରପଡ଼ାର ସାମନ୍ତ ମାଝୀ, ମୁରିବାହାଲ ଥାନା କନ୍ଦାଖାଲ ଗ୍ରାମର ବଳରାମ ବେହେରା, କଳାହାଣ୍ଡି ଜିଲ୍ଲା କେଗାଁ ଥାନା କୁହୁରା ଗ୍ରାମର ଦୁର୍ଯ୍ୟୋଧନ ବାଗ, ଭାଲୁମୁଣ୍ଡାର ହୀରାଧର ମେହେର, ବଙ୍ଗୋମୁଣ୍ଡା ଥାନା ସାନଗମୁରା ଗ୍ରାମର ଚମ୍ପାରାମ କୁମ୍ଭାର, ସିନ୍ଧେକେଲା ଥାନା ଶ୍ରୀରାମ ଗ୍ରାମର ଚୋଡ଼େଶ୍ବର ବେହେରା, ମୁରିବାହାଲ ଥାନା ପତ୍ରାପାଲିର ପ୍ରବୀଣ ସାହୁ, ଭାଲୁମୁଣ୍ଡାର ବିଦ୍ୟାଧର ମେହେର, କଣ୍ଟାବାଞ୍ଜିର କୁନାଲ ଜିନ୍ଦଲ, ସଇନ୍ତଲା ଥାନା ଛନଛଡ଼ା ଗ୍ରାମର ପୂରେନ୍ଦ୍ର ପୁଟେଲ, ଶ୍ରୀରାମ ଗ୍ରାମର ଶିଶିର ଭୋଇ, ପାଟଣାଗଡ଼ ଥାନା ମେହେରପଡ଼ାର ସୁନୀଲ ମେହେର, ବଲାଙ୍ଗୀର ସଦର ଥାନା ବାଦୀମୁଣ୍ଡା ଗ୍ରାମର ରାହୁଲ ରଞ୍ଜନ ଦୀପ। ଏହି ଠକେଇ ମାମଲାରେ ୧୦ କୋଟି ଟଙ୍କାରୁ ଅଧିକ ଠକେଇ ହୋଇଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ପୁଲିସ ୧୬ଟି ମୋବାଇଲ ଫୋନ୍‌, ୭ଟି ଲାପ୍‌ଟପ୍‌, ୫ଟି ପ୍ରିଣ୍ଟର, ୧୧ଟି ସିପିୟୁ, ୩ଟି ମନିଟର ଓ ୪ଟି ଫିଙ୍ଗର ପ୍ରିଣ୍ଟ ସ୍କାନର ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe