୨୧ ଫାଷ୍ଟ୍‌ଟ୍ରାକ୍ ସ୍ପେଶାଲ୍‌ କୋର୍ଟରେ ଆଡ୍‌ହକ୍‌-ଜଜ୍‌ ନିଯୁକ୍ତି

Advertisment
ଜିଲ୍ଲା ଜଜ୍ କ୍ୟାଡର୍‌କୁ ୧୮ ଜଣଙ୍କ ପଦୋନ୍ନତି

The Sunday Guardian

କଟକ: ରାଜ୍ୟର ୨୧ଟି ସ୍ଥାନରେ ପ୍ରତିଷ୍ଠିତ ଫାଷ୍ଟ୍‌ଟ୍ରାକ୍ ସ୍ପେଶାଲ୍‌ କୋର୍ଟରେ ଆଡ୍‌-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିଯୁ୍କ୍ତି ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୃହ ବିଭାଗର ୨୦୨୧, ମାର୍ଚ୍ଚ ୨୨ର ବିଜ୍ଞପ୍ତି ଅନୁସାରେ ଅବସରପ୍ରାପ୍ତ ବିଚାରବିଭାଗୀୟ ଅଧିକାରୀଙ୍କୁ ଆଡ୍‌-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନଙ୍କୁ ବିଭିନ୍ନ ଫାଷ୍ଟ୍‌ ଟ୍ରାକ୍ ସ୍ପେଶାଲ୍‌ କୋର୍ଟରେ ବିଚାରପତି ଭାବେ ଅବସ୍ଥାପିତ କରାଯାଇଛି। କଟକ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ବ୍ରହ୍ମପୁର, ଜଗତ୍‌ସିଂହପୁର, ଯାଜପୁର, ଭବାନୀପାଟଣା, ଅନୁଗୁଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଭୁବନେଶ୍ବର, ଜୟପୁର, ବାରିପଦା, ନବରଙ୍ଗପୁର, ନୟାଗଡ଼, ଫୁଲବାଣୀ, ରାୟଗଡ଼ା, ମାଲକାନଗିରି ଓ ସମ୍ବଲପୁରର ଏପରି ଫାଷ୍ଟ୍‌ ଟ୍ରାକ୍ ସ୍ପେଶାଲ୍‌ କୋର୍ଟରେ ପୋକ୍‌ସୋ ଆଇନ ଓ ଦୁଷ୍କର୍ମ ସଂପର୍କିତ ମାମଲାର ଶୁଣାଣି କରାଯିବ। ଏହି ସବୁ ଫାଷ୍ଟ୍‌ ଟ୍ରାକ୍ ସ୍ପେଶାଲ୍‌ କୋର୍ଟର ଆଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଭାବେ ଗୟାଧର ପଣ୍ଡା, ମିହିର ରଂଜନ ପରିଡା, ମିନତି କୁମାରୀ ପଣ୍ଡା, ବିରଞ୍ଚିନାରାୟଣ ମିଶ୍ର, ସୂର୍ଯ୍ୟମଣି ମହାପାତ୍ର, ଗୁରୁପ୍ରସାଦ ସାହୁ, ଭି. ଜୟଶ୍ରୀ, ଗୋପାଳଚନ୍ଦ୍ର ପଟ୍ଟନାୟକ, ଯଦୁମଣି ମିଶ୍ର, ବିରଞ୍ଚି କୁମାର ରଥ, ତ୍ରିବିକ୍ରମ କେଶରୀ ଚିନ୍ନାରା, ସରୋଜ କୁମାର ପତି, ମୁରଲୀଧର ପ୍ରଧାନ, ପ୍ରଦୀପ କୁମାର ସାଶମଲ, ଚିନ୍ତାମଣି ପଣ୍ଡା, ପ୍ରସନ୍ନ କୁମାର ହୋତା, ରାଜେନ୍ଦ୍ର ପାଣିଗ୍ରାହୀ, ଭାସ୍କର ଚନ୍ଦ୍ର ସାହୁ, ଗଣେଶ୍ବର ପତି, ଇ.ଭି. ରାଓ ଓ ପ୍ରେମରାଜ ବହିଦାରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe