ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ନୂଆ ଦାୟିତ୍ବ ମିଳିଛି। ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଭାବେ ପ୍ରଫୁଲ୍ଲ ସାମଲ ନିଯୁକ୍ତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ।
ଶୁକ୍ରବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ବାରା ଜାରି ଏକ କାର୍ଯ୍ୟାଳୟ ନିର୍ଦ୍ଦେଶରେ କୁହାଯାଇଛି ଯେ, ପ୍ରଫୁଲ୍ଲ ସାମଲଙ୍କୁ ବିଜୁ ଶ୍ରମିକ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଉଛି।
ପୂର୍ବରୁ ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଥିଲେ । ଗତବର୍ଷ ସେପ୍ଟେମ୍ୱର ୧୬ରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ ହୋଇଥିଲା ।
ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଥିବାବେଳେ ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟଙ୍କୁ ନିଯୁକ୍ତ କରାଯାଇଥିଲା । ସେକ୍ରେଟାରୀ ଜେନେରାଲ ଭାବେ ସୁବାସ ସିଂଙ୍କୁ ଦାୟିତ୍ବ ତୁଲାଉଛନ୍ତି। କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଥିଲେ ।
ଅଧିକ ପଢ଼ନ୍ତୁ: ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ସୂଚନାଯୋଗ୍ୟ, ପ୍ରଫୁଲ୍ଲ ସାମଲ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୦ ଓ ୧୯୯୫ରେ ସେ ଜନତା ଦଳ ଟିକେଟରେ ଭଦ୍ରକ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୦୧ରେ ଭଦ୍ରକ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡି ଟିକେଟରେ ଛିଡ଼ା ହୋଇ ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡି ଟିକେଟରେ ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୨୦୨୪ରେ ପୁଣି ଭଦ୍ରକ ଆସନରୁ ବିଧାନସଭା ପ୍ରଫୁଲ୍ଲ ସାମଲ ନିର୍ବାଚନ ଲଢ଼ି ବିଜେପିର ସୀତାଂଶୁ ଶେଖର ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ।
ଅଧିକ ପଢ଼ନ୍ତୁ: ପୁଣି ଫେରିବ ଶୀତ: ରବିବାର-ସୋମବାର ବର୍ଷା ସମ୍ଭାବନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)