ଭୁବନେଶ୍ବର: ରାଜ୍ୟର କିଛି ଜିଲ୍ଲାରେ ରବିବାର ଏବଂ ସୋମବାର ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଶୀତ ପୁଣି ଫେରିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ପୂର୍ବାନୁମାନ କରାଯାଇଛି ।
ବର୍ଷା ଯୋଗୁ ରାଜ୍ୟର କିଛି ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ପୂର୍ବାନୁମାନ ସୂଚନା ଅନୁସାରେ ୮(ରବିବାର) ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଗଞ୍ଜାମ, ଗଜପତି ଓ ବଲାଙ୍ଗିର ଜିଲ୍ଲାର କେତେକ ଅଞ୍ଚଳରେ ହାଲ୍କାରୁ ମଧ୍ୟମ ଧରଣରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କେତେକ ଜିଲ୍ଲାରେ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା ୬ ବର୍ଷ କୋହଳ: ଓଡ଼ିଶା ହାଇକୋର୍ଟଙ୍କ ରାୟ
୯ ତାରିଖ(ସୋମବାର)ରେ ଢ଼େଙ୍କାନାଳ, ଅନୁଗୋଳ, ଯାଜପୁର, କେନ୍ଦୁଝର, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ କିଛ ଅଞ୍ଚଳରେ ହାଲ୍କାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ମିଳୁନି ଶବ ବ୍ୟବଚ୍ଛେଦ ରିପୋର୍ଟ, ହଇରାଣ ହେଉଛନ୍ତି ମୃତକଙ୍କ ପରିବାର