ଭୁବନେଶ୍ବର: ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମ‌ୋହନ ମାଝୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ଦ୍ବାରା ଏଣିକି ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ।

Advertisment

ସେ ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ।  ପ୍ରକାଶ ମିଶ୍ର ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ଏନଡିଆରଏଫ ଡିଜି ଥିଲେ । ସେ  ଏନଡିଆରଏଫର ଡିଜି  ମଧ୍ୟ ଥିଲେ।

ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି ଇନ୍ ଖାକି’ ଲୋକାର୍ପିତ ହେବା ପରେ ରାଜ୍ୟ ରାଜନୈତିକସ୍ତରରେ  ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ: ମନୋଜ ଆହୁଜାଙ୍କୁ ଓଡ଼ିଶାର ମୁଖ୍ୟ ଆବାସିକ କମିସନର ଭାବେ ଅତିରିକ୍ତ ଦାୟିତ୍ବ

Prakash Mishra as Advisor to the Chief Minister
Prakash Mishra as Advisor to the Chief Minister

 

ଏହି ପୁସ୍ତକରେ ସେ ପିଲାଦିନରୁ ନିଜର ଅବସର ପର୍ଯ୍ୟନ୍ତ ସମୟ ମଧ୍ୟରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମ୍ନା କରିଥିବା କୌତୂହଳପ୍ରଦ ଘଟଣାବଳି ମଜାଦାର ଶୈଳୀରେ ଉପସ୍ଥାପନା କରିଛନ୍ତି ।

 ସୂଚନାଯୋଗ୍ୟ, ୨୦୧୯ରେ  ବିଜେପି ଦଳରୁ କଟକ ଲୋକସଭା ଆସନରୁ ସେ  ନିର୍ବାଚନ ଲଢିଥିଲେ ।

ଅଧିକ ପଢ଼ନ୍ତୁ:  ଇତିହାସ ରଚିଲେ ବୁମରା, ଶ୍ରେଷ୍ଠ ଟେଷ୍ଟ କ୍ରିକେଟର କଲା ଆଇସିସି