ଓଡ଼ିଶା ମତ୍ସ୍ୟଜୀବୀ କଂଗ୍ରେସର ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକର୍ତା ନିଯୁକ୍ତ

ଓଡ଼ିଶା ମତ୍ସ୍ୟଜୀବୀ କଂଗ୍ରେସର ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକର୍ତା ନିଯୁକ୍ତ

ଭୁବନେଶ୍ୱର : ଅଖିଳ ଭାରତ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ଟି.ଏନ୍‌. ପ୍ରଥାପନ୍‌ ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ କମିଟି ଏବଂ ୨୯ଟି ଜିଲ୍ଲା ସଭାପତିଙ୍କ ନାମ ତାଲିକାକୁ ଅନୁମୋଦନ ଦେଇଛନ୍ତି। ମତ୍ସଜୀବୀ କଂଗ୍ରେସର ରାଜ୍ୟ କମିଟିରେ ଉପସଭାପତି ଭାବେ ରତ୍ନାକର ବେହେରା, ଭିକାରୀ ଚରଣ ମଲ୍ଲିକ, ପଞ୍ଚାନନ ମଲ୍ଲିକ ଓ ମୋତି କୈବର୍ତ୍ତ, ସାଧାରଣ ସଂପାଦକ ଭାବେ କୈଳାସ ଚନ୍ଦ୍ର ସେଠୀ, ଉର୍ମିଳା ମାଝୀ, ନାରାୟଣ ବେହେରା, ପ୍ରହଲ୍ଲାଦ ବେହେରା, ନୃସିଂହ ବେହେରା, ପବିତ୍ର ଧୀବର, କୈଳାସ ମହାଳିକ, ଦୟାନନ୍ଦ ଗୟା, ଅଶୋକ ବେରିହା ଏବଂ କୋଷାଧ୍ୟକ୍ଷ ଭାବେ କାଳନ୍ଦୀ ମାଝୀଙ୍କ ସମତେ ବିଭିନ୍ନ ଜିଲାରୁ ୩୧ଜଣ ମତ୍ସ୍ୟଜୀବୀ ନେତାଙ୍କୁ ପ୍ରଦେଶ ସଂଗଠନର କାର୍ଯ୍ୟକାରୀ ସଦସ୍ୟଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଜାନୁଆରି ଶେଷସୁଦ୍ଧା ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ସଭାପତି ହଳଧର ସେଠୀ ଜଣାଇଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe