The New Indian Express
ଭୁବନେଶ୍ବ : ସୁନ୍ଦରଗଡ଼ ମେଡିକାଲ କଲେଜକୁ ଶେଷରେ ଅନୁମୋଦନ ମିଳିଛି। ଜାତୀୟ ମେଡିକାଲ କମିସନ ବା ଏନ୍ଏମ୍ସି ଗତକାଲି ଏକ ଲେଟର ଅଫ ଇଣ୍ଟେଣ୍ଟ୍ ପ୍ରଦାନ କରିଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠପଢ଼ା ପାଇଁ ବାଟ ଫିଟିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସୁନ୍ଦରଗଡ଼ ମେଡିକାଲ କଲେଜରେ ୧୦୦ ଏମ୍ବିବିଏସ୍ ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ଅନୁମତି ଦିଆଯାଇଛି। ଏନ୍ଏମ୍ସିର ଡାକ୍ତରୀ ମୂଲ୍ୟାଙ୍କନ ଓ ମୂଲ୍ୟାୟନ ବୋର୍ଡ ବା ଏମ୍ଏଆରବି ମେଡିକାଲ କଲେଜର ସ୍ଥିତି ଯାଞ୍ଚ କରିବା ପରେ ମେଡିକାଲ କଲେଜକୁ ଏଲଓଆଇ ପ୍ରଦାନ କରିଛନ୍ତି। ତେବେ ଏଥିପାଇଁ ଏନ୍ଏମ୍ସି କେତେକ ସର୍ତ୍ତ ରଖିଛନ୍ତି। ମେଡିକାଲ କଲେଜର ସମସ୍ତ ଭିତ୍ତିଭୂମି ସହିତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ, ଯନ୍ତ୍ରପାତି ଓ ହସ୍ପିଟାଲର ବ୍ୟବସ୍ଥା କରିବାକୁ କୁହାଯାଇଛି। ତେବେ ପୂର୍ଣ୍ଣ ଅନୁମୋଦନପତ୍ର ନ ଆସିବା ପର୍ଯ୍ୟନ୍ତ କୌଣସି ପ୍ରକାର ଆଡମିସନ୍ ଉପରେ ରୋକ ଲଗାଯାଇଛି।
ଗତକାଲି ଏନ୍ଏମ୍ସି ପକ୍ଷରୁ ଆଭାସୀ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଏକ ବୈଠକ ହୋଇଥିଲା। ଏଥିରେ ମେଡିକାଲ କଲେଜକୁ ନେଇ ରହିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏନ୍ଏମ୍ସି କର୍ତୃପକ୍ଷ ମେଡିକାଲ କଲେଜକୁ ନେଇ ରାଜ୍ୟ ସରକାର ରଖିଥିବା ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହେବା ପରେ ଏଲଓଆଇ ପ୍ରଦାନ କରିଥିଲେ। ପୂର୍ବରୁ ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ଥିବା ବେଳେ ସୁନ୍ଦରଗଡ଼ କାର୍ଯ୍ୟକ୍ଷମ ହେବ ପରେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇବ।
Follow Us