ଓଡ଼ିଶାର ଦୁଇ ରେଳ ପ୍ରକଳ୍ପକୁ ମଞ୍ଜୁରି: ସମ୍ବଲପୁର-ଜରପଡ଼ା, ଝାରସୁଗୁଡ଼ା-ଶାସନ ରେଳ ଲାଇନ୍‌ ବଢ଼ିବ

Advertisment

ଓଡ଼ିଶାର ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ୪ଟି ମଲ୍‌ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସମ୍ବଲପୁର-ଜରପଡ଼ା ତୃତୀୟ ଓ ଚତୁର୍ଥ ଲାଇନ୍‌, ଝାରସୁଗୁଡ଼ା-ଶାସନ ତୃତୀୟ ଓ ଚତୁର୍ଥ ଲାଇନ୍‌....

ଓଡ଼ିଶାର ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ୪ଟି ମଲ୍‌ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସମ୍ବଲପୁର-ଜରପଡ଼ା ତୃତୀୟ ଓ ଚତୁର୍ଥ ଲାଇନ୍‌, ଝାରସୁଗୁଡ଼ା-ଶାସନ ତୃତୀୟ ଓ ଚତୁର୍ଥ ଲାଇନ୍‌....

body of the youth was recovered from the railway tracks near Punama Gate

body of the youth was recovered from the railway tracks near Punama Gate

ଭୁବନେଶ୍ବର: ଓଡ଼ିଶାର ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ୪ଟି ମଲ୍‌ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସମ୍ବଲପୁର-ଜରପଡ଼ା ତୃତୀୟ ଓ ଚତୁର୍ଥ ଲାଇନ୍‌, ଝାରସୁଗୁଡ଼ା-ଶାସନ ତୃତୀୟ ଓ ଚତୁର୍ଥ ଲାଇନ୍‌, ଖରସିଆ-ନୂଆ ରାୟପୁର-ପାରମଲକାସା ୫ମ ଓ ୬ଷ୍ଠ ଲାଇନ୍‌ ଏବଂ ଗୋଣ୍ଡିଆ-ବଲହରଶାହ ଦୋହରୀକରଣ ରହିଛି। ପ୍ରକଳ୍ପଗୁଡ଼ିକର ମୋଟ ଆନୁମାନିକ ମୂଲ୍ୟ ୧୮,୬୫୮ କୋଟି ଏବଂ ୨୦୩୦-୩୧ ସୁଦ୍ଧା ସେଗୁଡ଼ିକ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଓଡ଼ିଶା ସମେତ ମହାରାଷ୍ଟ୍ର ଓ ଛତିଶଗଡ଼ର ୧୫ଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇ ନେଟ୍‌ୱର୍କକୁ ପ୍ରାୟ ୧,୨୪୭ କିଲୋମିଟର ବୃଦ୍ଧି କରିବ। ନିର୍ମାଣ ସମୟରେ ପ୍ରକଳ୍ପଗୁଡ଼ିକ ପ୍ରାୟ ୩୭୯ ଲକ୍ଷ ମାନବ ଦିବସ ପାଇଁ ସିଧାସଳଖ ନିଯୁକ୍ତି ସୃଷ୍ଟି କରିବ। ଏହି ପ୍ରକଳ୍ପଗୁଡ଼ିକ ସହ ୧୯ଟି ନୂତନ ଷ୍ଟେସନ୍‌ ନିର୍ମାଣ କରାଯିବ, ଯାହାକି ଦୁଇଟି ଆକାଂକ୍ଷୀ ଜିଲ୍ଲା (ଗଡ଼ଚିରୋଲି ଓ ରାଜନନ୍ଦଗାଓଁ) ସହ ଯୋଗାଯୋଗ ବୃଦ୍ଧି କରିବ। ମଲ୍‌ଟି-ଟ୍ରାକିଂ ପ୍ରକଳ୍ପ ଗମନାଗମନ ସଂଯୋଗୀକରଣକୁ ବୃଦ୍ଧି କରିବା ସହ ୩,୩୫୦ଟି ଗାଁ ଓ ୪୭.୨୫ ଲକ୍ଷ ଜନସଂଖ୍ୟା ଅଞ୍ଚଳକୁ ରେଳ ସଂଯୋଗ ଓ ସେବା ପ୍ରଦାନ କରିବ ବୋଲି ‌ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁର-ଜରପଡ଼ା, ଝାରସୁଗୁଡ଼ା-ଶାସନ ରେଳ ଲାଇନ୍‌ ବଢ଼ିବ
ଖର୍ଚ୍ଚ ହେବ ୫,୧୦୪ କୋଟି, ୨୦୩୦-୩୧ ସୁଦ୍ଧା ଶେଷ ହେବ

୩,୯୧୭ କୋଟି ଟଙ୍କା ବ୍ୟୟରେ ଜରପଡ଼ା (ତାଳଚେର-ଅନୁଗୁଳ ଅଞ୍ଚଳ) ଓ ସମ୍ବଲପୁର ମଧ୍ୟରେ ୨୭୭ କିମିର ପ୍ରକଳ୍ପ ତାଳଚେର ଓ ସମ୍ବଲପୁର ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବ। ଏହି ରୁଟ୍‌ରେ ୧୧ଟି ଷ୍ଟେସନ୍‌, ୯୫ଟି ଆରଓବି/ଆରୟୁବି ଅନ୍ତର୍ଭୁକ୍ତ ରହିଛି। ସେହିପରି ଝାରସୁଗୁଡ଼ା-ଶାସନ(ସମ୍ବଲପୁର) ତୃତୀୟ ଓ ଚତୁର୍ଥ ରେଳଲାଇନ୍‌ରେ ୮୭ ଟ୍ରାକ୍‌ କିମି ପାଇଁ ୧,୧୮୭ କୋଟି ବ୍ୟୟବରାଦ ହୋଇଛି। ଉଭୟ ପ୍ରକଳ୍ପରେ ମୋଟ ୫,୧୦୪ କୋଟି ବିନିଯୋଗ ହେବ। ଏହି କରିଡର୍‌ ଯାତ୍ରୀ ଓ ମାଲ ପରିବହନକୁ ସକ୍ଷମ କରିବା ସହ ହାୱଡା-ମୁମ୍ବାଇ ରୁଟ୍‌ରେ ଟ୍ରେନ୍‌ଗୁଡ଼ିକର ଦ୍ରୁତଗତି ବୃଦ୍ଧିରେ ସହାୟକ ହେବ। ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ବିକାଶ ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି। କେନ୍ଦ୍ର ସରକାର ନିୟମିତ ଭାବେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ ରେଳ ପରିବହନ କ୍ଷେତ୍ରରେ ଗତିଶୀଳତା ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe