ଗ୍ରାମବାସୀଙ୍କୁ ଡରାଉଛି ଜୁଆର : ଚିଲିକା ତଟବର୍ତୀ ଅରଖକୁଦାରେ ପଶୁଛି ସମୁଦ୍ର ପାଣି, ଲୋକେ ହନ୍ତସନ୍ତ, ଡଙ୍ଗାରେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

ଗ୍ରାମବାସୀଙ୍କୁ ଡରାଉଛି ଜୁଆର : ଚିଲିକା ତଟବର୍ତୀ ଅରଖକୁଦାରେ ପଶୁଛି ସମୁଦ୍ର ପାଣି, ଲୋକେ ହନ୍ତସନ୍ତ, ଡଙ୍ଗାରେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

ବ୍ରହ୍ମଗିରି : ଶୋଇଥିବା ଅବସ୍ଥାରେ ମାଡ଼ି ଆସୁଛି ସମୁଦ୍ର ପାଣି। ଚିଲିକା ଓ ବଙ୍ଗୋପ ସାଗର ମଧ୍ୟରେ ଖୋଲିଥିବା ଦୁଇ ତିନିଟି ନୂଆ ମୁହାଣ ଦେଇ ଚିଲିକା ତଟବର୍ତୀ ଅରଖକୁଦାରେ ପଶୁଛି ଏହି ପାଣି। ଜୁଆର ଛାଡ଼ିଲେ ପୁଣି ପାଣି ଚିଲିକା ଗର୍ଭକୁ ଚାଲିଯାଉଛି। କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଅରଖକୁଦା ହରଚଣ୍ତିସାହିରେ ଏହା ହେଉଛି ନିତିଦିନିଆ ଘଟଣା। ଏକପ୍ରକାର ସମୁଦ୍ରର ଜୁଆର ଭଟ୍ଟା ସହ ତାଳ ଦେଇ ଏହି ଗ୍ରାମର ଲୋକେ ଜୀବନ ବଞ୍ଚୁଛନ୍ତି। ଜୁଆର ଆସିବା ସମୟରେ ଗାଁ ସାରା ଆଣ୍ଠୁଏ ପାଣି ମାଡ଼ି ଯାଉଥିବାରୁ ପିଲାମାନଙ୍କ ସ୍କୁଲ୍‌ ଯିବା ପାଇଁ ଖୋଜା ପଡ଼ୁଛି ଡଙ୍ଗା।

publive-image

ଚିଲିକାର ନିର୍ମାଣାଧୀନ ସୁରକ୍ଷା ପ୍ରାଚୀର ପାଖକୁ ଲାଗି ରହିଛି ଅରଖକୁଦାର ଏହି ହରଚଣ୍ଡି ସାହି ଗ୍ରାମ। ଶହେରୁ ଅଧିକ ଜନବସତି ଏଠାରେ ରହିଛି। ପାଖରେ ରହିଛି ଅରଖକୁଦା ମେରାଇନ୍‌ ଥାନା। କିନ୍ତୁ ପ୍ରତି ଦିନ ଦୁଇଥର ଗାଁକୁ ସମୁଦ୍ର ଜୁଆର ମାଡ଼ି ଆସି ଗାଁ ରାସ୍ତାକୁ ବୁଡ଼ାଇ ଦେଉଛି। ଲୋକଙ୍କ ଘର ଭିତରେ ବି ପାଣି ପଶୁଛି।

publive-image

ଚିଲିକାରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ମୁହାଣ ମେଲିବା ପରେ ସମୁଦ୍ର ଜୁଆର ଚିଲିକା ଦେଇ ଜନବସତି ଭିତରକୁ ମାଡ଼ି ଆସୁଛି। ପ୍ରତି ଦିନ ଦଶଟା ସୁଦ୍ଧା ଜୁଆର ମାଡ଼ି ଆସି ଗାଁ ଭିତରେ ପଶୁଛି। ହରଚଣ୍ଡି ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପ୍ରତିଦିନ ଡଙ୍ଗା ଦ୍ବାରା ସ୍କୁଲ୍‌କୁ ଯାଉଛନ୍ତି। ଦିନବେଳେ ଲୋକେ ସତର୍କ ହୋଇ ଯାଉଥିବାବେଳେ ରାତିରେ ପରିସ୍ଥିତି ଆହୁରି ଭୟଙ୍କର ‌ହେଉଛି। ଆମାବାସ୍ୟା ଓ ପୂର୍ଣ୍ଣମୀରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ୁଛି। ଚିଲିକା ଦେଇ ସମୁଦ୍ରର ଜୁଆର ପାଣି ଯେଭଳି ଜନବସତିରେ ନ ପଶିବ ସେଥିପାଇଁ ଆରମ୍ଭ ହୋଇଛି ସୁରକ୍ଷା ପ୍ରାଚୀର ନିର୍ମାଣ। କିନ୍ତୁ ଦୀର୍ଘ ୪ ବର୍ଷ ପରେ ବି ଏହି କାମ ଶେଷ ହେଉ ନାହିଁ। ଫାଇଲିନ୍‌ ବାତ୍ୟା ବେଳେ ହରଚଣ୍ଡି ସାହିର ୫୦ରୁ ଅଧିକ ଘର ଚିଲିକା ଭିତରେ ମିଶି ଯାଇଥିଲା। ଏବେ ପୁଣି ଥରେ ସେହିଭଳି ସ୍ଥିତି ଆସି ପହ‌ଞ୍ଚିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe