ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ଗଠିତ

ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ଗଠିତ

Incredible Orissa

ସମ୍ବଲପୁର: ଝାଡ଼ୁଆପଡ଼ାର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ପାଇଁ ନୂତନ କମିଟି ଗଠନ ହୋଇଛି। ସରୋଜ ଦଲପତ ସଭାପତି, ସୁଶାନ୍ତ ପୁରୋହିତ ଉପସଭାପତି, ସଂଜୟ ମିଶ୍ର ସଂପାଦକ, ସତ୍ୟଜିତ ପଣ୍ଡା ସହସଂପାଦକ, ମନୋଜ ମିଶ୍ର କୋଷାଧ୍ୟକ୍ଷ, ସତ୍ୟ ନାରାୟଣ ଜେନା ସହକୋଷାଧ୍ୟକ୍ଷ ଏବଂ ଅଭିଷେକ ମିଶ୍ର ଗଣମାଧ୍ୟମ ପ୍ରଭାରୀ ଭାବେ ଦାୟିତ୍ବ ନେଇଛନ୍ତି।

ଏହାଛଡ଼ା ପ୍ରାଣ ରଂଜନ ପଣ୍ଡା, ସଂଜୀବ ପାଢ଼ୀ, ପାର୍ଥସାରଥୀ ମିଶ୍ର, ସଞ୍ଜୟ ମିଶ୍ର (ଗାମା), ଶ୍ରୀମନ୍ତ ମିଶ୍ର, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ, ସରୋଜ ସାହୁ, ଧିନା ପ୍ରଧାନ, ନଭକେଶ ସାହୁ, ନୀତିଶ ନାୟକ, ପିଙ୍କୁ ପାତ୍ର ଏବଂ ସିଲୁ ପରିଚ୍ଛା କାର୍ଯ୍ୟନିର୍ବାହୀ ସଦସ୍ୟ ମନୋନୀତ ହୋଇଛନ୍ତି। ଆସନ୍ତା ୨୨ ତାରିଖରେ ଲୋକନାଥ ବାବାଙ୍କ ପତ୍ରପେଣ୍ଡି କାର୍ଯ୍ୟକ୍ରମ ସହ ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରାର ଆରମ୍ଭ ହେବ। ୨୩ରେ ଗୁଆଗୁଣ୍ଡା, ୨୪ରେ ଶିବ ବିବାହ, ୨୫ରେ ମୁଖ୍ୟ ଶୋଭାଯାତ୍ରା ଓ ୨୬ରେ ଦିନ ଯାତ୍ରା ଓ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe