ଅଭିଜିତ୍‌ଙ୍କୁ ସମର୍ଥନ ଜଣାଇଲେ ଆରତୀ

ଟ୍ବିଟରରେ ସେୟାର କଲେ ‘ଦି ହିନ୍ଦୁ’ର ସଂପାଦକୀୟ

ଅଭିଜିତ୍‌ଙ୍କୁ ସମର୍ଥନ ଜଣାଇଲେ ଆରତୀ

ଭୁବନେଶ୍ବର: କୋଣାର୍କ ମନ୍ଦିର ସହିତ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡ଼ିଥିବା ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ସମର୍ଥନ ଜଣାଇଛନ୍ତି ଆରତୀ ଟିକୁ ସିଂ। ଜାତୀୟସ୍ତରୀୟ ଖବରକାଗଜ ‘ଦି ହିନ୍ଦୁ’ରେ ଅଭିଜିତଙ୍କ ଘଟଣାକୁ ନେଇ ପ୍ରକାଶ ପାଇଥିବା ଏକ ସଂପାଦକୀୟ ଲେଖାକୁ ଆରତୀ ନିଜ ଟ୍ବିଟ୍‌ରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ବନ୍ଧୁ ଅଭିଜିତଙ୍କ ବିରୋଧରେ ପୁଲିସ କରିଥିବା ମିଥ୍ୟା ମକଦ୍ଦମା ବିରୁଦ୍ଧରେ ଏହା ଏକ ଶ୍ରେଷ୍ଠ ସଂପାଦକୀୟ। ବାକ୍ ସ୍ବାଧୀନତା ସପକ୍ଷରେ ଏହି ସଂପାଦକୀୟ ଏକ ଦୃଢ଼ ସମର୍ଥନ ଦର୍ଶାଉଛି। ‘ଦି ହିନ୍ଦୁ’ ୱେବସାଇଟ୍‌ରେ ଗତ ୭ ତାରିଖରେ ‘ଠୁ ଇଜିଲି ଅଫଣ୍ଡେଡ୍ : ଦି କୋଣାର୍କ ଟେମ୍ପଲ ଇସ୍ୟୁ’ ନାମକ ଏକ ଲେଖା ପ୍ରକାଶ ପାଇଛି। ଏଥିରେ ଅଭିଜିତ୍ ଆୟାରଙ୍କୁ ନେଇ ଘଟଣା ସଂପର୍କରେ ବର୍ଣ୍ଣନା କରାଯାଇଛି। କୋଣାର୍କ ମନ୍ଦିର ଘଟଣାରେ ଲଗା ଯାଇଥିବା କିଛି ଦଫା କେବଳ ହଇରାଣ କରିବାକୁ ଉଦ୍ଦିଷ୍ଟ ବୋଲି ଏଥିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଅଭିଜିତ୍ ଆୟାର ମିତ୍ରଙ୍କ ସହିତ ଆରତୀ ଟିକୁ ସିଂ ମଧ୍ୟ ଓଡ଼ିଶା ଆସିଥିଲେ। ଓଡ଼ିଶା ଆସିବା ସମୟରେ ଅଭିଜିତ କୋଣାର୍କ ମନ୍ଦିର ଓ ଓଡ଼ିଶାକୁ ନେଇ ବିବାଦୀୟ ଭିଡିଓ ସେୟାର କରିଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଓଡ଼ିଶା ପୁଲିସ୍ ତାଙ୍କୁ ଦିଲ୍ଲୀରେ ଗିରଫ କରିଥିଲା। ଓଡ଼ିଶା ପୁଲିସ ଅଭିଜିତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣିବାକୁ ଚାହୁଁଥିବା ବେଳେ ମାଜିଷ୍ଟ୍ରେଟ୍ ଏହାକୁ ମନା କରି ଦେଇଥିଲେ। ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଅଭିଜିତ୍‌ଙ୍କ ଜାମିନ୍‌କୁ ଖାରଜ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe