ମହାନଦୀ ଜଳ ପରିଚାଳନାରେ ମନମାନୀ: ମତ୍ସ୍ୟଜୀବୀଙ୍କ ବେଉସା ବୁଡ଼ାଇଲା ଛତିଶଗଡ଼

Advertisment
ମହାନଦୀ ଜଳ ପରିଚାଳନାରେ ମନମାନୀ: ମତ୍ସ୍ୟଜୀବୀଙ୍କ ବେଉସା ବୁଡ଼ାଇଲା ଛତିଶଗଡ଼

ବରଗଡ଼ (ଅଞ୍ଜନ ପ୍ରଧାନ): ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ଜଳ ପରିଚାଳନା ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି। ଯାହା ଫଳରେ ମତ୍ସ୍ୟଜୀବୀଙ୍କ ବେଉସା ବୁଡ଼ିବାକୁ ଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ଆମେ ପହଞ୍ଚିଥିଲୁ ମହାନଦୀ ଅବବାହିକା‌ରେ ଓଡ଼ିଶାର ଶେଷ ମୁଣ୍ଡରେ ଥିବା ଗୋବିନ୍ଦପୁର ଗାଁରେ। ଏହି ଗାଁର ଜନସଂଖ୍ୟା ୫ଶହ ପାଖାପାଖି। ଗାଁର ସବୁ ଲୋକ ମହାନଦୀରୁ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ମାଛ ଧରିବା ଛଡ଼ା ଏମାନଙ୍କ ପାଖ‌ରେ ପରିବାର ପ୍ରତିପୋଷଣ କରିବାକୁ ଆଉ କିଛି ବିକଳ୍ପ ନାହିଁ।

କିନ୍ତୁ ବର୍ତ୍ତମାନ ଜାଲରେ ମାଛ ପଡ଼ୁନଥିବାରୁ ଏମାନଙ୍କ ଜୀବନଜୀବିକା ସଂକଟ ଦେଇ ଗତି କରୁଛି। ଯାହା ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଣାପଡ଼ିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ପାଣି ଗାଁ ପାଖକୁ ମାଡ଼ିଯାଇଛି। ମତ୍ସ୍ୟଜୀବୀମାନେ ପାଖାପାଖି ୫୦ଟି ଡଂଗା ନେଇ ମାଛ ଧରୁଛନ୍ତି। କିନ୍ତୁ ଦୈନିକ ବହୁ କଷ୍ଟରେ ୪ କ୍ବିଣ୍ଟାଲରୁ କମ୍‌ ମାଛ ଜାଲରେ ଲାଗୁଛନ୍ତି। ପୂର୍ବରୁ ଜାଲରେ ୨୦ରୁ ୨୫ କ୍ବିଣ୍ଟାଲ ମାଛ ଲାଗୁଥିଲେ। ଛତିଶଗଡ଼ର ମନମୁଖି ଯୋଗୁଁ ସେମାନଙ୍କ ଏଭଳି ଦୁର୍ଦ୍ଦଶା ଥିବା ମତ୍ସ୍ୟଜୀବୀମାନେ କହୁଛନ୍ତି। ବର୍ତ୍ତମାନ ଛତିଶଗଡ଼ ପଟେ ଥିବା ସବୁ ବ୍ୟାରେଜ୍‌ର ଗେଟ୍‌ ଖୋଲା ରହିଛି। ତେଣୁ ମାଛଗୁଡ଼ିକ ପ୍ରଜନନ ପାଇଁ ଉପରମୁଣ୍ଡକୁ ଯାଉଛନ୍ତି। ପ୍ରଜନନ ସରିବା ପରେ ଛତିଶଗଡ଼ ବ୍ୟାରେଜ୍ ବନ୍ଦ କରିଦେଉଛି। ଯଦ୍ବାରା ବଡ଼ ମାଛ ଏବଂ ଅଣ୍ଡା ଛତିଶଗଡ଼ ପଟେ ରହି ଯାଉଛି। ମାଛ ବଂଶ ବିସ୍ତାର ସେଠାରେ ହେଉଥିବା ବେଳେ ଓଡ଼ିଶା ପଟ ଖାଲିପଡ଼ୁଛି। ଏଠାରେ ମାଛ କାରବାର କରୁଥିବା ଯୋଗେଶ୍ବର ନାଏକ କୁହନ୍ତି, ଛତିଶଗଡ଼ର କାରବାର ଉପରେ ଲଗାମ ନ ଲାଗିଲେ, ଆଗକୁ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ସ୍ଥିତି ଦୁର୍ବିଷହ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe