ନଭେମ୍ବର ୩୦ରେ କୋର୍ଟରେ ହାଜର ହେବେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ

Advertisment
ନଭେମ୍ବର ୩୦ରେ କୋର୍ଟରେ ହାଜର ହେବେ ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ

ଭୁବନେଶ୍ବର: ଲେଡ଼ି ବ୍ଲକମେଲର ଅର୍ଚ୍ଚନା ନାଗ ଓ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦ ଚଳିତ ମାସ ୩୦ ତାରିଖରେ ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେବେ। ପ୍ରବର୍ତ୍ତନ ନିର୍ଦ୍ଦେଶ (ଇଡି) ଦେଇଥିବା ପ୍ରଡକ୍ସନ ପିଟିସନକୁ ଗ୍ରହଣ କଲେ କୋର୍ଟ। କୋର୍ଟରେ ହାଜର ହେବା ପରେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଇଡି ଆବେଦନ କରିବ।

ଅନ୍ୟପଟରେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଖଗେଶ୍ବର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ଆବେଦନ ଖାରଜ ପରେ ଖଗେଶ୍ବର ପାତ୍ର ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଖଗେଶ୍ବର କୋର୍ଟରୁ ବାହାରକୁ ବାହାରିବା ସମୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ନିର୍ଦୋଷ। କାହାଠାରୁ ୫ ଟଙ୍କାଟିଏ ଆଣିନି। ଶ୍ରଦ୍ଧାଞ୍ଜଳି ବେହେରାକୁ ମୁଁ ଚିହ୍ନିନାହିଁ। ମୁଁ କାହାକୁ ସହଯୋଗ କରିନାହିଁ।

ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ଆଜି ବ୍ୟବସାୟୀ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିବା ଜଣାଯାଇଛି। ଗଙ୍ଗାଧର ସାମଲ ଲାଣ୍ଡ ରୋଭର୍ ଗାଡ଼ି ସୋରୁମର ମାଲିକ ବୋଲି କୁହାଯାଉଛି। ସେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ବୋଲି ବି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe