ଅର୍ଚ୍ଚନା ନାଗ ମାମଲା: ୧୦ ମା‌ସରେ ୫୦ ଲକ୍ଷର କାରବାର

ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଆର୍କିଟେକ୍ଟ ରଂଜିତ ବେହେରା

the week

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ଆଜି ବ୍ୟାଙ୍କ ଟ୍ରାନଜାକସନ୍ ନେଇ ବଡ଼ ତଥ୍ୟ ମିଳିଛି। ଇଡି ପକ୍ଷରୁ ବ୍ୟାଙ୍କକୁ ମଗା ଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଗତ ୧୦ ମାସ ମଧ୍ୟରେ ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବରଙ୍କ ମଧ୍ୟରେ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ କାରବାର ହୋଇଛି। ମାତ୍ର ୧୦ ମାସ ମଧ୍ୟରେ ଏତେ ଟଙ୍କା କାହିଁକି କାରବାର ହେଲା ତାହା ଇଡି ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି।

ଖଗେଶ୍ବର ରିମାଣ୍ଡରେ ଥିବାବେଳେ ଇଡି ଏଭଳି ତଥ୍ୟ ପାଇଛି। ତେବେ ଖଗେଶ୍ବର ଇଡିକୁ ତଦନ୍ତ‌ରେ ସହଯୋଗ କରୁ ନ ଥିବା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି କାରଣରୁ ଖଗେଶ୍ବରଙ୍କୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ଜଗବନ୍ଧୁ ଓ ଅର୍ଚ୍ଚନା ରିମାଣ୍ଡରେ ଆସିଲେ ଖଗେଶ୍ବରଠାରୁ ମିଳିଥିବା ତଥ୍ୟକୁ ନେଇ ଯାଞ୍ଚ କରାଯିବ। ଖଗେଶ୍ବର ଇଡିକୁ କହିଛନ୍ତି ଯେ ହନିଟ୍ରାପ୍ ଟଙ୍କା ଅର୍ଚ୍ଚନା, ଜଗବନ୍ଧୁ ଏବଂ ତାଙ୍କ ମଧ୍ୟରେ ୩ ଭାଗ ହୋଇ ବଣ୍ଟା ଯାଉଥିଲା। ସେହିପରି ଅର୍ଚ୍ଚନାର ଦିଲ୍ଲୀ ଲିଙ୍କ୍ ନେଇ ମଧ୍ୟ ସୁରାକ ପାଇଛି ଇଡି। ଇଡିର ଏକ ସ୍ବତନ୍ତ୍ର ଟିମ୍ ଦିଲ୍ଲୀ ଯିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe