ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଆଜି ଦାଖଲ ହେବ ୨୪୦୦ ପୃଷ୍ଠାର ଚାର୍ଜସିଟ୍

ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଆଜି ଦାଖଲ ହେବ ୨୪୦୦ ପୃଷ୍ଠାର ଚାର୍ଜସିଟ୍

pragativadi

ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଆଜି ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ଥାନା ପୁଲିସ। ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଆଜି ୨୪ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯିବ।

ଚାର୍ଜସିଟରେ ଉଲ୍ଲିଖିତ ତଥ୍ୟ ଅନୁଯାୟୀ, ପୁଲିସ ୩୪୧, ୩୨୮, ୩୨୪, ୩୫୪ସି, ୩୭୦, ୩୮୬, ୩୮୭, ୪୨୦, ୩୮୯,୬୬ ଇ ଓ ୬୭ ଦଫା ଲଗାଇଛି। ଏଥିରେ ଘଟଣା ସ୍ଥଳର ତଥ୍ୟ, ଫରେନସିକ ରିପୋର୍ଟ, ସିଡିଆର ଆନାଲିସିସ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ହ୍ଵାଟ୍ସଆପ ଚାଟ ତଥ୍ୟ ରହିଛି। ବିଭନ୍ନ ଲୋକଙ୍କ ସହ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଟ୍ରାଞ୍ଜାକ୍ସନ ନେଇ ଚାର୍ଜସିଟରେ ଦର୍ଶାଇଛି ପୁଲିସ।

publive-image

ସୂଚନାଯୋଗ୍ୟ, ପୂର୍ବରୁ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ୨୨୪୧ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଛି। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି।

publive-image

ଚାର୍ଜସିଟରେ ଇଡି ଉଲ୍ଲେଖ କରିଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ନଗ୍ନ ଭିଡିଓ ସୁଟିଂ କରି ବ୍ଲାକମେଲ୍ କରୁଥିଲେ। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କ ବିରୋଧରେ ମନି ଲଣ୍ଡରିଂର ବ୍ୟାପକ ପ୍ରମାଣ ମିଳିଛି। ୩ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଛି। ଅର୍ଚ୍ଚନାଙ୍କ ମାୟାଜାଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ପଡ଼ିଛନ୍ତି। ଫିଲ୍ମ ପ୍ରଯୋଜକଙ୍କଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ, ବିଲଡର, ନେତା ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲ୍‌ର ଶିକାର ହୋଇଛନ୍ତି। ୨୨୪୧ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe