ଅର୍ଚ୍ଚନା ନାଗ ମାମଲାରେ ଆସନ୍ତା ୧୪ରେ ଶୁଣାଣି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ଅର୍ଚ୍ଚନା ନାଗ ମାମଲାରେ ଆସନ୍ତା ୧୪ରେ ଶୁଣାଣି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ଇତି ମଧ୍ୟରେ ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇ ସାରିଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା। ଚାର୍ଜସିଟରେ ଉଲ୍ଲେଖ କରାଯାଇଥିବା ନଥିପତ୍ରର କପି ଆବେଦନକାରୀ ଏ ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି ବୋଲି ଜଣା ପଡ଼ିଥିଲା। ଏଭଳି ସ୍ଥିତିରେ ମାର୍ଚ୍ଚ ୧୪କୁ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଭି.‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଚ୍ଚନାଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଜାନୁଆରି ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନ‌ର୍ଦ୍ଦେଶ ଦେଇଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଚଳଚ୍ଚିତ୍ର ‌ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ରୁଜୁ ମାମଲାରେ ଜାମିନ ଲୋଡ଼ି ଅର୍ଚ୍ଚନା ଗତ ଜାନୁଆରି ୨ ତାରିଖରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଭୁବେନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବା ପରେ ଅର୍ଚ୍ଚନା ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ଦାୟର କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଶ୍ରୀ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ଦଫା ୩୮୪, ୩୮୫, ୩୮୭, ୫୦୬, ୧୨୦-ଖ, ଆଇଟି ଆକ୍ଟର ଧାରା ୬୭ରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲା ରୁଜୁ ହେବା ପରେ ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଙ୍ଗ ସମ୍ମୁଖକୁ ଆସିଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜଜୀବୀ ବିଶ୍ବଚନ୍ଦନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe