ଘରମାଲିକଙ୍କୁ ଘରଭଡ଼ା ନ ଦେଇ ଧମକ ଦେଉଥିଲେ ଅର୍ଚ୍ଚନା: ଓକିଲ

Advertisment
ଘରମାଲିକଙ୍କୁ ଘରଭଡ଼ା ନ ଦେଇ ଧମକ ଦେଉଥିଲେ ଅର୍ଚ୍ଚନା: ଓକିଲ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ପ୍ରମୋଦ ସ୍ୱାଇଁ ଲିଙ୍କ ଘଟଣାରେ ନୂଆଁ ତଥ୍ୟ ସାମ୍ନାକୁ ଆସିଛି। ୨୦୧୭ ମସିହାରେ ପ୍ରମୋଦ ସ୍ୱାଇଁ ତରଫରୁ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ଘଟଣାକୁ ପଦାରେ ପକାଇଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଖଣ୍ଡଗିରି ଥାନାରେ ଦୋଇଥିବା ଅଭିଯୋଗ ପତ୍ର ସାମ୍ନାକୁ ଆସିଛି। ମାମଲାରୁ ଜଣାପଡ଼ିଛି ଯେ, ଅର୍ଚ୍ଚନା ନାଗ ଘରମାଲିକଙ୍କୁ ଘର ଭଡ଼ା ନ ଦେଇ ଓଲଟା ୫ ଲକ୍ଷ ଟଙ୍କା ଦାବି କରୁଥିଲେ ଏବଂ ଥାନାରେ ଏତଲା ଦେବେ ବୋଲି ଧମକ ଦେଉଥିଲେ। ପ୍ରମୋଦ ସ୍ବାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରୁ ବାହାରିଲା ପରେ ତାଙ୍କ ଓକିଲ ଆକାଶ ଭୂୟାଁ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ନେଇ ନେଇ ଓକିଲ ଆକାଶ ଭୂୟାଁ କହିଛନ୍ତି, ଘରଭଡା ନ ଦେବାରୁ ପ୍ରମୋଦ ସ୍ୱାଇଁ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ପ୍ରଥମେ ଖଣ୍ଡଗିରି ଥାନାରେ ୨୦୧୭ ସେପ୍ଟେମ୍ବର ୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଘର ଭଡା ନିୟମିତ ଭାବେ ଦେଉ ନ ଥିଲେ ଉଭୟ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି। ୯ ହଜାର ଟଙ୍କା ମାସିକ ଭଡା ଥିଲା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ପ୍ରଥମ ୨ ମାସ ଘରଭଡା ଟଙ୍କା ଦେଇଥିଲେ। ଅର୍ଚ୍ଚନାଙ୍କ ଘରଭଡା ୬୦୦୦ ଟଙ୍କା ଥିବାବେଳେ ଶ୍ରଦ୍ଧାଞ୍ଜଳି ଘରଭଡା ୩୦୦୦ ଟଙ୍କା ଥିଲା। ଉଭୟ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ପ୍ରଥମ ଦୁଇମାସ ଭଡା ଦେବା ପରେ ଆଉ ଘରଭଡା ଦେଇନଥିଲେ। ତେଣୁ ଘର ଛାଡିବାକୁ କହିବାରୁ ଘର ଛାଡିବା ପାଇଁ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ ଅର୍ଚ୍ଚନା। ଟଙ୍କା ନଦେଲେ ମହିଳା ଥାନାରେ ଏତଲା ଦେବେ ବୋଲି ପ୍ରମୋଦ ସ୍ୱାଇଁଙ୍କୁ ଧମକ ଦେଉଥିଲେ। ତେବେ ପ୍ରମୋଦ ସ୍ୱାଇଁ କୌଣସି ପ୍ରକାର ଟଙ୍କା ଦେଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe