Archana Nag's husband Jagbandhu Chand detained at police station Photograph: (sambad.in)
ଭୁବନେଶ୍ବର:ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ ରହିଛନ୍ତି। ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅର୍ଚ୍ଚନା ଅଭିଯୋଗ କରିଛନ୍ତି।
ପୁଲିସ ଘଟଣାର ତଦନ୍ତ କରିବା ସହ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ବୁଧବାର ଉଠାଇ ଆଣିଥିବା କୁହାଯାଉଛି।
ତାଙ୍କ ନିକଟରୁ ଏକ ଛୁରୀ ମଧ୍ଯ ଜବତ ହୋଇଥିବା ଜଣାପଡିଛି। ସୂଚନା ଥାଉକି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଏବେ ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ଅଲଗା ରହୁଛନ୍ତି।
Bhubaneswar
Follow Us