ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ

Advertisment

ଚନ୍ଦନକୁ ଇଡି ଜେରା, ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବ ଇଡି

ଚନ୍ଦନକୁ ଇଡି ଜେରା, ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବ ଇଡି

ଅର୍ଚ୍ଚନା ନାଗ ମାମଲା: ମୁହଁ ଖୋଲୁନାହାନ୍ତି ଅର୍ଚ୍ଚନା

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍‌ ମାମଲାରେ ଆଜି ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏଣେ ଏହି ମାମଲାକୁ ନେଇ ଇଡି ପକ୍ଷରୁ ବିଭିନ୍ନ ବ୍ୟକ୍ତିଙ୍କୁ ଘନଘନ ଜେରା ଚାଲିଛି। ଗୋଟିଏ ପଟେ ଅର୍ଚ୍ଚନାଙ୍କୁ ଜାମିନ ମିଳୁନଥିବା ବେଳେ ଅନ୍ୟପଟେ ତାଙ୍କ ସହ ସମ୍ପର୍କରେ ଆସିଥିବା ଜଣଙ୍କ ପରେ ଜଣଙ୍କୁ ଇଡି ଜେରା କରିଚାଲିଛି। ଫଳରେ ଅର୍ଚ୍ଚନାଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି।

ବୁଧବାର ଦିନ ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ ଇଡିରେ ହାଜର ହୋଇଥିଲେ। ସକାଳ ୧୦ଟାରୁ ଇଡିରେ ହାଜର ହୋଇଥିବା ଚନ୍ଦନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଜଣାପଡ଼ିଛି ଯେ ଚନ୍ଦନ ଓ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି। କାହିଁକି ଉଭୟଙ୍କ ଆକାଉଣ୍ଟରେ ଏତେ ପରିମାଣର ଟଙ୍କା କାରବାର ହୋଇଥିଲା? ଏହି ଟଙ୍କା ନେଣଦେଣ ପଛରେ କେଉଁମାନଙ୍କ ହାତ ରହିଛି? ଏଥିପାଇଁ ଇଡି ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ଟ୍ରାଞ୍ଜାକ୍ସନ୍‌ର ତଥ୍ୟ ମାଗିଛି। ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ୭ଦିନଆ ରିମାଣ୍ଡରେ ଆଣିବା ପାଇଁ ଇଡି ଯୋଜନା କରୁଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ବ୍ଲାକ୍‌ମେଲ୍‌ର ଶିକାର ହୋଇ ସିନେ ପ୍ରଯୋଜକ ଅକ୍ଷୟ ପରିଜା ନୂଆପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ। ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍‌ କରି ୩ କୋଟି ଟଙ୍କା ମାଗୁଥିବା ନେଇ ସେ ଅଭିଯୋଗ କରିଥିଲେ। ଅକ୍ଷୟଙ୍କ ଅଭିଯୋଗର କିଛି ଦିନ ପରେ ଅର୍ଚ୍ଚନାଙ୍କ ନିକଟତର ତଥା ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଇଡି ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe