ଅର୍ଦ୍ଧେନ୍ଦୁଙ୍କ ନାଁରେ ୯୨ଲକ୍ଷର ଠକେଇ ଅଭିଯୋଗ

Advertisment
ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାମିନ, ୨୦ ଲକ୍ଷ ଟଙ୍କା ନିମ୍ନ ଅଦାଲତରେ ଜମା କରିବେ

ଭୁବନେଶ୍ବର : ବଡ଼ ଖବରର ସଂପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି। ଦିଲ୍ଲୀର ସଲ୍ୟୁସନ୍ ବ୍ରଡ୍‌କାଷ୍ଟ୍‌ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଵଲା ଏ ନେଇ କ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଇଓଡବ୍ଲୁ ଗତ ୨୩ ତାରିଖ‌ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶ୍ରୀ ଚାଵଲାଙ୍କ ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିଠାରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ। ଆଲୋଚନା ପରେ ଶ୍ରୀ ଚାଵଲା ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ହଜାର ୭୦ଟଙ୍କାର ଚୁକ୍ତି ହୋଇଥିଲା। ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ଯୋଜନା ମୁତାବକ, ୨୦୨୦ ଅକ୍ଟୋବର ୨୧ ପରଠାରୁ ଶ୍ରୀ ଚାଵଲାଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲା। ବଡ଼ ଖବର ପକ୍ଷରୁ କୀର୍ତ୍ତିକ ଚନ୍ଦନ ରାୟ ଏହାକୁ ଗ୍ରହଣ କରିଥିଲେ। ୬ମାସ ମଧ୍ୟରେ ବାକି ଥିବା ୯୨ଲକ୍ଷ ୪୭ହଜାର ୭୦ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଯନ୍ତ୍ରାଂଶ ଲାଗିଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ। ସେଥିପାଇଁ ଶ୍ରୀ ଚାଵଲା ତାଙ୍କୁ ଅନେକବାର ଭୁବନେଶ୍ବର ଆସି ଭେଟିଥିଲେ ମଧ୍ୟ ଶ୍ରୀ ଦାଶ ବିଭିନ୍ନ ବାହାନା କରି ଆଉ ଟଙ୍କା ଫେରାଇନଥିଲେ। ୨୦ମାସ ବିତିଯିବା ପରେ ଶ୍ରୀ ଚାଵଲା ବାଧ୍ୟ ହୋଇ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe