ଡରୁନାହାନ୍ତି କି ଅପରାଧୀ? ବନ କର୍ମଚାରୀଙ୍କ ଉପରକୁ ଗୁଳି, ୪ ଶିକାରୀ ଗିରଫ, ବନ୍ଧୁକ ଜବତ

Advertisment

ଚଢ଼ଉ ବେଳେ ବନ କର୍ମଚ‌ାରୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଶିକାରୀ। ହେଲେ ବନ କର୍ମଚାରୀମାନେ ନିଜକୁ ସୁରକ୍ଷିତ ରଖିବା ସହ କୌଶଳକ୍ରମେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଛନ୍ତି। ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ଜବତ ହୋଇଛି।

ଚଢ଼ଉ ବେଳେ ବନ କର୍ମଚ‌ାରୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଶିକାରୀ। ହେଲେ ବନ କର୍ମଚାରୀମାନେ ନିଜକୁ ସୁରକ୍ଷିତ ରଖିବା ସହ କୌଶଳକ୍ରମେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଛନ୍ତି। ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ଜବତ ହୋଇଛି।

ଦିଲ୍ଲୀ ଡାକ୍ତରଖାନା ଗୁଳିକାଣ୍ଡ ମାମଲାରେ ନୂଆ ମୋଡ଼, ଜଣକୁ ମାରିବାକୁ ଆସି ଭୁଲରେ ଆଉ ଜଣକୁ ମାରିଦେଲେ

କପ୍ତିପଦା: ଚଢ଼ଉ ବେଳେ ବନ କର୍ମଚ‌ାରୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଶିକାରୀ। ହେଲେ ବନ କର୍ମଚାରୀମାନେ ନିଜକୁ ସୁରକ୍ଷିତ ରଖିବା ସହ କୌଶଳକ୍ରମେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଛନ୍ତି। ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ; ଗତକାଲି ରାତିରେ କପ୍ତିପଦା ବ୍ଲକ୍ ଲାବଣ୍ୟଦେଈପୁର ପଞ୍ଚାୟତ ଅଶ୍ବକୁଟୀ ଜଙ୍ଗଲକୁ ଶିକାର ପାଇଁ ବନ୍ଧୁକ ଧରି ପଶିଥିଲେ ୬ଜଣ ଶିକାରୀ। ସେମାନେ ଆଜି ସକାଳେ ଫେରୁଥିବା ବେଳେ ଜଙ୍ଗଲରେ ଲାଗିଥିବ‌ା ଟ୍ରାପ୍‌ କ୍ୟାମେରାରେ ସେମାନଙ୍କ ଗତିବିଧି ସମ୍ପର୍କରେ ଜାଣି ପାରିଥିଲେ ବନ କର୍ମଚାରୀ। ସେମାନଙ୍କୁ କାବୁ କରିବାକୁ ତୁରନ୍ତ ଯୋଜନା ହୋଇଥିଲା।

୪ ଶିକାରୀ ଗିରଫ, ବନ୍ଧୁକ ଜବତ ଜଙ୍ଗଲରେ ଲୁଚାଇଛନ୍ତି ବନ୍ଧୁକ!

କପ୍ତିପଦା ବନାଞ୍ଚ‌ଳ ଅଧିକାରୀ ଅଚ୍ୟୁତାନନ୍ଦ ଦାସଙ୍କ ନେତୃତ୍ବରେ କଟୁରିଆ ଓ ହରିଡ଼ାଚୁଆ ବିଟ୍‌ ଏବଂ ପୋଡ଼ାଡ଼ିହା ଏସ୍‌ଟିଆର୍ କର୍ମଚାରୀମାନେ ଶିକାରୀମାନଙ୍କୁ ଚାରିପଟୁ ଘେରି ଯାଇଥିଲେ। ଖସିବାର ବାଟ ନଥିବାରୁ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଶିକାରୀ। ହେଲେ ବନ କର୍ମଚାରୀମାନେ କୌଶଳକ୍ରମେ ୪ ଜଣ ଶିକାରୀଙ୍କୁ ମାଡ଼ି ବସିଥିଲେ। ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ୨ ଜଣ ଶିକାରୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।  ଅଭିଯୁକ୍ତମାନେ ଜଙ୍ଗଲରେ ଏକାଧିକ ବନ୍ଧୁକ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ତେଣୁ ଜଙ୍ଗଲରେ ପାଟ୍ରୋଲିଂ କଡ଼ାକଡ଼ା କରାଯାଇଛି ବୋଲି କପ୍ତିପଦା ରେଞ୍ଜର ଅଚ୍ୟୁତାନନ୍ଦ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe