ଥଣ୍ଡାପାନୀୟ ଦରକୁ ନେଇ ଯୁକ୍ତିତର୍କ: ଦୋକାନୀଙ୍କ ଉପରକୁ ଗୁଳି

Advertisment

ଥଣ୍ଡାପାନୀୟ ଦରକୁ ନେଇ ଯୁକ୍ତିତର୍କ ପରେ ଦୋକାନୀଙ୍କ ଉପରକୁ ଗୁଳିମାଡ଼ ହୋଇଛି।  ବାପପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ବୃତ୍ତମାନେ ଦୋକାନରେ ଥିବା ଟଙ୍କା ନେଇ ପଳାଇଛନ୍ତି।

ଥଣ୍ଡାପାନୀୟ ଦରକୁ ନେଇ ଯୁକ୍ତିତର୍କ ପରେ ଦୋକାନୀଙ୍କ ଉପରକୁ ଗୁଳିମାଡ଼ ହୋଇଛି।  ବାପପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ବୃତ୍ତମାନେ ଦୋକାନରେ ଥିବା ଟଙ୍କା ନେଇ ପଳାଇଛନ୍ତି।

dadzxxds

ମତୋ: ଥଣ୍ଡାପାନୀୟ ଦରକୁ ନେଇ ଯୁକ୍ତିତର୍କ ପରେ ଦୋକାନୀଙ୍କ ଉପରକୁ ଗୁଳିମାଡ଼ ହୋଇଛି।  ବାପପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁର୍ବୃତ୍ତମାନେ ଦୋକାନରେ ଥିବା ଟଙ୍କା ନେଇ ପଳାଇଛନ୍ତି। ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ନାଲଗୁଣ୍ଡା ଛକ ନିକଟରେ ସ୍ଥାନୀୟ ପଛପଡ଼ା ଗ୍ରାମର ସାଧୁଚରଣ ବେହେରାଙ୍କ ଦୋକାନକୁ ୨ଟି ବାଇକ୍‌ରେ ୬ ଜଣ ଯୁବକ ଆସିଥିଲେ। ସେମାନେ ଥଣ୍ଡାପାନୀୟ ମାଗିଥିଲେ। ଗୋଟାକୁ ୧୨ ଟଙ୍କା ହିସାବରେ ୬ଟି ପାଇଁ ଦୋକାନୀ ସାଧୁଚରଣ ୬୦ ଟଙ୍କା ମାଗିଥିଲେ। ବୋତଲରେ ୧୦ ଟଙ୍କା ଲେଖାଥିବା ବେଳେ ୧୨ ଟଙ୍କା ଲେଖାଏଁ କାହିଁକି ମାଗିଲ କହି ଯୁବକମାନେ ଯୁକ୍ତିତର୍କ କରିଥିଲେ।

ଏହାପରେ ଉତ୍ତ୍ୟକ୍ତ ଯୁବକମାନେ ଦୁଇଟି ବନ୍ଧୁକ କାଢ଼ି ଦୋକାନୀ ସାଧୁଚରଣ ଓ ତାଙ୍କ ପୁଅ ସତ୍ୟବାନଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ବାପପୁଅ ଦୌଡ଼ି ପଳାଇବାରୁ ଜୀବନ ବଞ୍ଚିଯାଇଥିଲା। ଅନ୍ୟପଟେ ଏହି ସୁଯୋଗରେ ଯୁବକମାନେ ଦୋକାନରେ ଥିବା ୩୦ ହଜାରରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଖବର ପାଇ ମତୋ ଫାଣ୍ଡି ଅଧିକାରୀ ଛତିଶ କୁମାର ଗୋଛି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଖବର ଲେଖା ହେବା ଯାଏଁ ଚାନ୍ଦବାଲି ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଆଇଆଇସି ପରେଶ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe