ବଦଳି ସୁପାରିସକୁ ନେଇ ବୟାନବାଜି

Advertisment

ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବାହ୍ୟ ଚାପ ନପକାଇବାକୁ ଗତକାଲି ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥିଲେ। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ।

ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବାହ୍ୟ ଚାପ ନପକାଇବାକୁ ଗତକାଲି ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥିଲେ। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ।

ଆସନ୍ତାକାଲି କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବାହ୍ୟ ଚାପ ନପକାଇବାକୁ ଗତକାଲି ମୁଖ୍ୟ ଶାସନ ସଚିବ ସତର୍କ କରାଇ ଦେଇଥିଲେ। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ଏହି ପ୍ରସଙ୍ଗଟି ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସକ ଦଳ ନେତାମାନଙ୍କ ଠାରୁ ଅଧିକ ଚାପ ଆସୁଛି ବୋଲି ଆଲୋଚନା ଜୋର୍ ଧରିଛି। ସେଥି ପାଇଁ ପ୍ରଶାସନ ଅଧିକ ଚାପଗ୍ରସ୍ତ ହୋଇପଡ଼ୁଥିବା କୁହାଯାଉଛି। ଏହି ପ୍ରସଙ୍ଗରେ ଆଜି ବିଜେପି ଓ ବିଜେଡି ନେତାମାନେ ପ୍ରତିକ୍ରିୟା ରଖିଛନ୍ତି। ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଆମ ନେତାମାନେ ଚାପ ପକାଉଥିବା ମୁଁ ଜାଣିନି। ଅଫିସରମାନେ ସବୁବେଳେ ସୁବିଧା ଜାଗାରେ ନିଯୁକ୍ତି ଚାହାନ୍ତି। ସରକାର ନିଷ୍ପତ୍ତି ନେବା କଥା କିଏ କେଉଁ ଜାଗାରେ ରହିବେ। ପ୍ରତ୍ୟେକ ବିଧାୟକ, ସାଂସଦ ନିଜ ଅଞ୍ଚଳରେ ଭଲ ଅଧିକାରୀଙ୍କୁ ରଖିବାକୁ ଚାହାନ୍ତି। ଜନ ପ୍ରତିନିଧିଙ୍କର ଏହି ଅଧିକାର ରହିଛି। ସୁପ୍ରିମକୋର୍ଟ ବି ଏହି ରାୟ ଦେଇଛନ୍ତି। ମୁଁ କ’ଣ ଚାହିଁବିନି ଜଣେ ସଚ୍ଚୋଟ ଅଧିକାରୀ ମୋ ନିର୍ବାଚନମଣ୍ଡଳୀକୁ ଯାଉ। ସେଥିରେ କ’ଣ ଖରାପ କଥା ରହିଲା। ବରଂ ବିଜେଡି ବେଳେ ମନମୁଖି କାରବାର ଚାଲିଥିଲା।

ଭଲ ଅଧିକାରୀଙ୍କୁ ନିଜ ଅଞ୍ଚଳକୁ ନେବା ପାଇଁ ଜନପ୍ରତିନିଧିଙ୍କ ଅଧିକାର ରହିଛି: ଜୟନାରାୟଣ 
ବଦଳି, ନିଯୁକ୍ତି ନେଇ ବାହ୍ୟ ଚାପ କେଉଁଠୁ ଆସୁଛି: ବିଜେଡି

ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏପରି ଚିଠି ବୋଧହୁଏ ଇତିହାସରେ ପ୍ରଥମ। ସରକାରୀ କର୍ମଚାରୀମାନେ ନିଜ ପସନ୍ଦର ନିଯୁକ୍ତି ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗ ନ କରିବା ଲାଗି ଚେତାବନୀ ଦେଉଥିବା ଏହି ଚିଠି ସ୍ପଷ୍ଟ କରୁଛି ଯେ ସରକାରୀ କର୍ମଚାରୀମାନେ ପସନ୍ଦ ନିଯୁକ୍ତି ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗ କରୁଛନ୍ତି। ଏଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। ଏହି ବାହ୍ୟ ଚାପଟା କ’ଣ ଓ କେଉଁଠୁ ଆସୁଛି, ତାହା ସ୍ପଷ୍ଟ ହେବା ଦରକାର। ଏହା କିଭଳି ଏକ ଚାପ ଯାହା ସରକାରଙ୍କୁ ଅଡ଼ୁଆରେ ପକାଉଛି ଏବଂ ସରକାର ଏହାକୁ ପ୍ରତିହତ କରିପାରୁ ନାହାନ୍ତି। ସର୍ଭିସ୍‌ କଣ୍ଡକ୍ଟ ରୁଲ୍‌ର ଏହା ବ୍ୟତିକ୍ରମ ବୋଲି ଦର୍ଶାଯିବା ସହ ଏହି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। କିନ୍ତୁ ଆମର ପ୍ରଶ୍ନ ହେଉଛି, ଯଦି ଏଭଳି ନିୟମ ଉଲ୍ଲଂଘନ ହୋଇଛି, ତା’ହେଲେ କେବଳ ଚେତାବନୀ କାହିଁକି? କାର୍ଯ୍ୟାନୁଷ୍ଠାନ ନେବାରେ ଅସୁବିଧା କେଉଁଠି?  ଏହି ଚିଠିରୁ ସରକାରଙ୍କ ଅସହାୟତା ସ୍ପଷ୍ଟ ଦିଶୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe