ସୋ’ରୁମ୍‌ରୁ ୩୫ ହଜାର ଟଙ୍କା ମୂଲ୍ୟର ଶାଢ଼ି ଚୋରି କରି ଗିରଫ ହେଲେ ସହକାରୀ ରାଜସ୍ବ ନିରୀକ୍ଷକ

Advertisment
ସୋ’ରୁମ୍‌ରୁ ୩୫ ହଜାର ଟଙ୍କା ମୂଲ୍ୟର ଶାଢ଼ି ଚୋରି କରି ଗିରଫ ହେଲେ ସହକାରୀ ରାଜସ୍ବ ନିରୀକ୍ଷକ

ଯୁଯୁମୁରା: ପେଶାରେ ସରକାରୀ ଚାକିରିଆ। ଭଲ ଦରମା ମିଳୁଥିଲେ ବି ଜଣେ ସରକାରୀ କର୍ମଚାରୀ ଚୋରି କରି ଗିରଫ ହେବା ଘଟଣା ଚର୍ଚ୍ଚାର ପରିଧିକୁ ଆସିଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍‌ଆଇ) ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ୍ ପୁଲିସ ଶାଢ଼ି ଚୋରି କରୁଥିବା ଅଭିଯୋଗରେ ଗିରଫ କରିଛି। ସୂଚନା ଅନୁସାରେ ଆନନ୍ଦ ୱାର୍ଲଡ ପକ୍ଷରୁ ୩୫ ହଜାର ଟଙ୍କା ମୂଲ୍ୟର ଏକ ଶାଢ଼ି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ଏ ଆର୍ ଆଇଙ୍କୁ ଗୁରୁବାର ଗିରଫ କରିଛି।

ସୂଚନାଯୋଗ୍ୟ, ସହକାରୀ ରାଜସ୍ବ ନିରୀକ୍ଷକ ସନ୍ଧ୍ୟା ଆନନ୍ଦ ଦୋରା ଯୁଯୁମୁରା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ସେ ନିଜ ପରିବାର ଲୋକଙ୍କ ସହିତ ସମ୍ବଲପୁର ସହରରେ ରୁହନ୍ତି। ନିକଟରେ ସେ ସପିଂ କରିବାକୁ ‘ଆନନ୍ଦ ୱାର୍ଲ୍ଡ’କୁ ଯାଇଥିଲେ। ସପିଂ କରିବା ସମୟରେ ଏଆରଆଇ ଦୋରା କୌଶଳ କ୍ରମେ ଏକ ଶାଢ଼ି ଚୋରି ପଳାଇଥିଲେ। ସୋ’ରୁମ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ ପରେ ଶାଢ଼ି ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା। ଏନେଇ ସୋ’ରୁମ ପକ୍ଷରୁ ଟାଉନ୍‌ ଥାନାରେ ଏତଲା ହେବା ପରେ ପୁଲିସ ତଦନ୍ତ କରି ଏଆରଆଇ ଦୋରାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe