ଅରିନ୍ଦମଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି

Advertisment
ଅରିନ୍ଦମଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି

କେନ୍ଦୁଝର/ପାଟଣା : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୪ ତାରିଖରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଥିବା କଥା ସୂଚନା ଓ ଲୋକସଂପର୍କ ବିଭାଗର ପରାମର୍ଶଦାତା ମାନସ ମଙ୍ଗରାଜ୍ ଟ୍ୱିଟ୍ କରି ସୂଚନା ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଅର୍ଥରାଶି ଚେକ୍ ଆକାରରେ ପଠା ଯାଇଥିଲା` ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସ୍ୱର୍ଗତ ଦାଶଙ୍କ ପୈତୃକ ଗ୍ରାମ ପାଟଣା ବ୍ଲକ୍ ଅନ୍ତର୍ଗତ ରାଜନଗର ଗ୍ରାମ ପଞ୍ଚାୟତର ରାଇକଳା ଗ୍ରାମକୁ ଯାଇ ତାଙ୍କ ପତ୍ନୀ ସମୀକ୍ଷା ବେହେରାଙ୍କୁ ଚେକ୍ ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଚେକ୍ ପ୍ରଦାନ ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ସଂଜୀବ ବାରିକ, ପାଟଣା ତହସିଲଦାର ତାପସ କୁମାର ଦେହୁରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟର ଲୋକସଂପର୍କ ଅଧିକାରୀ ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe