ସଶସ୍ତ୍ର ପୁଲିସ ଜଗିବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

Advertisment

ଏକ କମ୍ପାନୀ ସଶସ୍ତ୍ର ପୁଲିସ ବାହିନୀ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ...

Similipal National Park

ମୟୂରଭଞ୍ଜ: ଏକ କମ୍ପାନୀ ସଶସ୍ତ୍ର ପୁଲିସ ବାହିନୀ  ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ।

ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍-ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ।

ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ ‘ଏଡିଟେଡ୍‌ ଭିଡିଓ’ ସେୟାର କରିଥିବା କଂଗ୍ରେସ ନେତାଙ୍କୁ ନୋଟିସ୍‌

ଯୋଜନା ଅନୁସାରେ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ ଗଠନ କରାଯିବ। ଏସମ୍ପର୍କରେ ଗୃହ ସଚିବ ସତ୍ୟବ୍ରତ ସାହୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ-ରାଜସ୍ଥାନ ଗସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe