ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କରେ ସଶସ୍ତ୍ର ଡକାୟତି: ହେଲମେଟ ପିନ୍ଧି ବନ୍ଧୁକ ଧରି ଲୁଟ୍ କଲେ

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଭିକମପାଲି ଶାଖାରୁ ଡକାୟତି ହୋଇଛି । ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ବନ୍ଧୁକ ଧରି ପ୍ରବେଶ କରିଥିଲେ...

Armed robbery at bank in day light: Man wearing helmet and holding gun, looting

Armed robbery at bank in day light: Man wearing helmet and holding gun, looting Photograph: (sambad.in)

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଭିକମପାଲି ଶାଖାରୁ ଡକାୟତି ହୋଇଛି । ଦିନ ପ୍ରାୟ ୨ଟା ସମୟରେ ୩ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ବନ୍ଧୁକ ଧରି ପ୍ରବେଶ କରିଥିଲେ।

ଡକାୟତମାନେ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଲୋକେ ଆସିଯିବା ଆଶଙ୍କାରେ କେବଳ କ୍ୟାସ୍ କାଉଣ୍ଟରରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଏବେ ଟଙ୍କା ଗଣତି ଜାରି ରହିଥିବା ବେଳେ ପ୍ରାୟ ୧.୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି।

ଡକାୟତି କରିବା ପରେ ଛତିଶଗଡ଼ ସୀମାନ୍ତ ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଥିବା ପୁଲିସ ଆଶଙ୍କା କରୁଛି।

ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ରେଙ୍ଗାଲି ପୁଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛନ୍ତି। ପ୍ରାଥମିକ ସ୍ଥିତିରେ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ପୁଲିସ ପକ୍ଷରୁ ସିଲ୍ କରାଯାଇଛି।

Jharsuguda | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe