Armed robbery at Bank of Maharashtra: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ସଶସ୍ତ୍ର ଡକାୟତି: ୭ କୋଟିର ସୁନାଗହଣା ନେଇଗଲେ

Advertisment

କେନ୍ଦୁଝର ଜିଲ୍ଲାର ଖଣି ସହର ବଡ଼ବିଲରେ ଥିବା ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶାଖାରେ ସଶସ୍ତ୍ର ଡକାୟତି ହୋଇଛି। କିରିବୁରୁଛକ-ବଲାଣି ରାସ୍ତାର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ବ୍ୟାଙ୍କରେ....

କେନ୍ଦୁଝର ଜିଲ୍ଲାର ଖଣି ସହର ବଡ଼ବିଲରେ ଥିବା ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶାଖାରେ ସଶସ୍ତ୍ର ଡକାୟତି ହୋଇଛି। କିରିବୁରୁଛକ-ବଲାଣି ରାସ୍ତାର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ବ୍ୟାଙ୍କରେ....

sfhfshfsxvbbvvb

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣି ସହର ବଡ଼ବିଲରେ ଥିବା ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଶାଖାରେ ସଶସ୍ତ୍ର ଡକାୟତି ହୋଇଛି। କିରିବୁରୁଛକ-ବଲାଣି ରାସ୍ତାର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ବ୍ୟାଙ୍କରେ ଆଜି ଅପରାହ୍‌ଣ ୨ଟା ବେଳେ ୬ଜଣ ଲୁଟେରା ପଶି ବନ୍ଧୁକ ଦେଖାଇ ୭କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଓ ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବଡ଼ବିଲ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। କେନ୍ଦୁଝର ପୁଲିସର ତିନିଟି ସ୍ବତନ୍ତ୍ର ଟିମ୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିବା ଜଣାପଡ଼ିଛି।

ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲିଟେରାରି ସିମ୍ପୋଜିୟମ

ପୁଲିସ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣରେ ୬ଜଣ ଲୁଟେରା ହେଲମେଟ୍‌, ମାସ୍କ ପିନ୍ଧି ବ୍ୟାଙ୍କ ଭିତରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପାଖରେ ବନ୍ଧୁକ ଥିଲା। ସମସ୍ତେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ। ଲୁଟେରାମାନେ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ତିନିଜଣ କର୍ମଚାରୀ ଓ ୪ ଜଣ ଗ୍ରାହକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଗ୍ରାହକମାନଙ୍କୁ ଏକ କୋଠରିରେ ପୂରାଇ ବାହାରପଟୁ ବନ୍ଦ କରି ଦେଇଥିଲେ। କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କ୍ୟାସ୍‌ କାଉଣ୍ଟର୍‌ରୁ ୮ଲକ୍ଷ ଟଙ୍କା ଏବଂ ଲକର୍‌ରୁ ୫କେଜି ସୁନାଗହଣା ଲୁଟି ନେଇଥିଲେ। ଲୁଟ୍‌ ସୁନାଗହଣାର ଆନୁମାନିକ ମୂଲ୍ୟ ୭କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ସେହିପରି ଲୁଟେରାମାନେ ଗଲାବେଳେ ସିସିଟିଭି ଡିଭିଆର୍‌ ମେସିନ୍‌କୁ ଖୋଲି ନେଇଛନ୍ତି।

ଲୁଟିନେଲେ  ୮ଲକ୍ଷ ଟଙ୍କା
ବ୍ୟାଙ୍କରେ ନ ଥିଲେ ସୁରକ୍ଷାକର୍ମୀ
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଗଲା ୩ ପୁଲିସ ଟିମ୍‌

ବ୍ୟାଙ୍କ ପରିଚାଳକ ଅଶୋକ କୁମାର ବର୍ଣ୍ଣୱାଲଙ୍କଠାରୁ ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇ ଯାଞ୍ଚକୁ ଜୋର୍‌ଦାର କରାଯାଇଛି। ବ୍ୟାଙ୍କ ପକ୍ଷରୁ ୮ଲକ୍ଷ ଟଙ୍କା ଓ ୫ କିଲୋ ସୁନା ଲୁଟ୍ ହୋଇଥିବା ନେଇ ଅଭିଯୋଗ କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ୪ଲକ୍ଷ ୩୪ହଜାର ଟଙ୍କା, ଡିଭିଆର୍‌ ମେସିନ୍‌ ଚୋରି ହୋଇଛି ଏବଂ କେତେ ସୁନା ଅଳଙ୍କାର ଚୋରି ହୋଇଛି, ସେନେଇ ତଦନ୍ତ କରାଯାଉଥିବା କୁହାଯାଇଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ତିନିଟି ସ୍ବତନ୍ତ୍ର ଟିମ୍‌ ଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

Notice: ଜନ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତି ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଡିସେମ୍ବରରେ ସମସ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଡକାଯାଇ ବ୍ୟାଙ୍କର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ 
ଦିଆଯାଇଥିଲା। କିନ୍ତୁ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର କର୍ତ୍ତୃପକ୍ଷ ନିର୍ଦ୍ଦେଶ ମାନି ନଥିଲେ। ବ୍ୟାଙ୍କରେ ସୁରକ୍ଷା କର୍ମୀ ନ ଥିବାରୁ ଡକାୟତମାନେ ଏତେ ବଡ଼ ଲୁଟ୍‌ କରି ସହଜରେ ଖସିଗଲେ ବୋଲି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି। ପୁଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଥିବା ବଡ଼ବିଲ ଏସ୍‌ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe