ଆଳିରେ ସଶସ୍ତ୍ର ଡକାୟତି: ଘରେ ପଶି ଭୁଜାଲିରେ ହାଣି ଲୁଟିଲେ

Advertisment

ଆଳି ଥାନା ଅନ୍ତର୍ଗତ ଅଙ୍ଗାରଖ ଗାଁରେ ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସଶସ୍ତ୍ର ଡକାୟତି ହୋଇଛି। ଗୃହକର୍ତ୍ତା ଏବଂ ତାଙ୍କ ବୋହୂଙ୍କୁ ଭୁଜାଲିରେ ହାଣିଛନ୍ତି। ଶ୍ବଶୁର ଓ ବୋହୂ ଭୁଜାଲି ମାଡ଼ରେ ଗୁରୁତର ହୋଇଛନ୍ତି।

ଆଳି ଥାନା ଅନ୍ତର୍ଗତ ଅଙ୍ଗାରଖ ଗାଁରେ ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସଶସ୍ତ୍ର ଡକାୟତି ହୋଇଛି। ଗୃହକର୍ତ୍ତା ଏବଂ ତାଙ୍କ ବୋହୂଙ୍କୁ ଭୁଜାଲିରେ ହାଣିଛନ୍ତି। ଶ୍ବଶୁର ଓ ବୋହୂ ଭୁଜାଲି ମାଡ଼ରେ ଗୁରୁତର ହୋଇଛନ୍ତି।

ଲକ୍ଷାଧିକ ଟଙ୍କା ଲୁଟ୍‌

ଆଳି: ଆଳି ଥାନା ଅନ୍ତର୍ଗତ ଅଙ୍ଗାରଖ ଗାଁରେ ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସଶସ୍ତ୍ର ଡକାୟତି ହୋଇଛି। ଗୃହକର୍ତ୍ତା ଏବଂ ତାଙ୍କ ବୋହୂଙ୍କୁ ଭୁଜାଲିରେ ହାଣିଛନ୍ତି। ଶ୍ବଶୁର ଓ ବୋହୂ ଭୁଜାଲି ମାଡ଼ରେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅଙ୍ଗାରଖ ଗାଁଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ପ୍ରଭାକର ପ୍ରଧାନଙ୍କ ଘର। ସେମାନେ ଖାଇପିଇ ଶୋଇବାକୁ ଯାଉଥିବା ବେଳେ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୨ ଜଣ ମୁଖାପିନ୍ଧା ଡକାୟତ ଜୋରଜବରଦସ୍ତ ଘରେ ପଶିଯାଇଥିଲେ। ଆଉ ଚାରିଜଣ ମୁଖାପିନ୍ଧା ବାଡ଼ି ଓ ଦାଣ୍ଡପଟେ ଜଗି ରହିଥିଲେ।

ସେମାନେ ଘରେ ପଶିବା ପରେ ପ୍ରଭାକରଙ୍କ ୮ବର୍ଷର ନାତି ଭୂପତି ବେକରେ ଭୁଜାଲି ଲଗାଇ ଭୟଭୀତ କରିଥିଲେ। ପରେ ଘରେ ଥିବା ଆଲମିରା ଓ ବାକ୍ସ ଚାବି ଭାଙ୍ଗି ଲୁଟିଥିଲେ। ପ୍ରଭାକରଙ୍କ ପତ୍ନୀ ଶକୁନ୍ତଳାଙ୍କୁ ଘରେ ପୂରାଇ ନିସ୍ତୁକ ମାଡ଼ ମାରିଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ପ୍ରଭାକର ଏବଂ ତାଙ୍କ ବୋହୂ ଅନୁସ୍ମିତା ଏହାର ପ୍ରତିବାଦ କରିବାରୁ ଦୁହିଁଙ୍କୁ ଭୁଜାଲିରେ ଚୋଟ ମାରିଥିଲେ। ଫଳରେ ସେମାନେ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ। ଏହି ସୁଯୋଗରେ ଘରେ ଥିବା ସୁନାଗହଣା, ରୁପା, ମୋବାଇଲ୍ ଫୋନ୍‌ ଓ ଟଙ୍କା ଲୁଟି ନେଇଛନ୍ତି। ବୋହୂ ଅନୁସ୍ମିତାଙ୍କୁ ହାଣି ତାଙ୍କ କାନରୁ କାନଫୁଲ ଛିଣ୍ଡାଇ ନେଇଛନ୍ତି। ଲୁଟତରାଜ ପରେ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ରାତି ପ୍ରାୟ ୧୨ଟା ବେଳେ ଆହତମାନେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ‌କେନ୍ଦ୍ରରେ ପହଞ୍ଚି ଚିକିତ୍ସିତ ହେଉଛନ୍ତି। ମାତ୍ର ଏଯାବତ୍ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe