କଲେଜ ଗେଟ ଭାଙ୍ଗିଦେଲେ ସେନା କର୍ମଚାରୀ

Advertisment
କଲେଜ ଗେଟ ଭାଙ୍ଗିଦେଲେ ସେନା କର୍ମଚାରୀ

ବାଲିଅନ୍ତା: ସ୍ଥାନୀୟ ବାଣେଶ୍ବର ଯୁକ୍ତ ଦୁଇ ମହା ବିଦ୍ୟାଳୟ  କଂକ୍ରିଟ ଗେଟ ଓ ଲୁହାଗେଟକୁ ଆଜି ସକାଳେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶ ପୂର୍ବାହ୍ନରେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଭାଙ୍ଗି ଯାଇଥିବା ଗେଟ ଉପରେ ମାଟି ଗଦା ହୋଇଥିବାରୁ କଲେଜ କର୍ମଚାରୀ ଓ ଅଧ୍ୟାପକମାନେ କଲେଜ ଭିତରକୁ ଯିବା ଆସିବା କରିବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସ୍ଥାନୀୟ ଅଭିଭାବକ ଏସଂପର୍କରେ ଜାଣିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ସୂଚନା ଅନୁସାରେ ଭିଙ୍ଗାରପୁର ପଞ୍ଚାୟତର ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ କଲେଜ ନିକଟରେ ୯ ଡିସିମିଲ ପରିମିତ ଜମି କିଣିଛନ୍ତି। ତେଣୁ ନିଜ ଜମିକୁ ‌ମାଟି ପୋତି ରାସ୍ତା ନେବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏନେଇ ଆଜି ସକାଳେ ହାଇୱା ଲଗାଇ ସଂପୃକ୍ତି ବ୍ୟକ୍ତି ଗେଟ ଭାଙ୍ଗି ଦେଇଥିବା ଅଧ୍ୟକ୍ଷ ଶ୍ରୀ ଦାଶ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ବେଳକୁ ଘଟଣାର ଆପୋସ ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଥାନାରେ ଆଲୋଚନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe