ଜଳପରୀ ଅର୍ପିତା ପାଇଲେ ‘ମିହିର ସେନ ସାହସିକ ସମ୍ମାନ’

ଜଳପରୀ ଅର୍ପିତା ପାଇଲେ ‘ମିହିର ସେନ ସାହସିକ ସମ୍ମାନ’

ଏସ. ରାମପୁର: ସୁବର୍ଣ୍ଣପୁର ଜିଲ୍ଲାର ବିସ୍ମୟ ବାଳିକା ରାମପୁରର ଝିଅ ଜଳପରୀ ରାଧାରଣୀ ରାଜେଶ୍ବରୀ ସେଠୀ ଓରଫ୍ ଅର୍ପିତା ଇତିମଧ୍ୟରେ ‘ମିହିର ସେନ ସାହସିକତା ସମ୍ମାନ’ ପାଇଛନ୍ତି। ଶିଶୁ ପତ୍ରିକା ‘ଅକଲ ମକଲ ଟକଲ’ର ସମ୍ପାଦକ ଚନ୍ଦ୍ରଶେଖର ମହାନ୍ତିଙ୍କ କହିବାନୁସାରେ ଗତ ୨୩ ତାରିଖରେ ପତ୍ରିକା ପକ୍ଷରୁ କଟକରେ ଅନୁଷ୍ଠିତ ଶିଶୁ ସାହିତ୍ୟ ଲେଖକ ସମ୍ମେଳନ, ଓଡ଼ିଶାର ଏକବିଂଶ ତମ ସମାବର୍ତ୍ତନ ଉତ୍ସବରେ ଅର୍ପିତାଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି। ୫ ବର୍ଷର କୁନି ଜଳପରୀ ଅର୍ପିତା ପ୍ରଥମେ ଯେତେବେଳେ ରାମପୁର ସ୍ଥିତ ବଡ଼ବନ୍ଧ (୩୦୦ ମିଟର ବିଶିଷ୍ଟ ପୋଖରୀ)ରେ ଅକ୍ଲେଶରେ ପହଁରିଲେ ତାହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।

ବର୍ତ୍ତମାନ ସେ ସୁବର୍ଣ୍ଣପୁର ସ୍ଥିତ ବିଜୁପଟ୍ଟନାୟ ସନ୍ତରଣାଗାରରେ ନିୟମିତ ଅଭ୍ୟାସ କରୁଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହେବା ସହ ଜିଲ୍ଲା ତଥା ନିଜ ଗାଁ ରାମପୁର ପାଇଁ ଗୌରବ ଆଣିଛନ୍ତି। କିଛି ଦିନ ତଳେ ଭୁବନେଶ୍ବରରେ କୋଶଲ ଟାଇମ୍ସ ପତ୍ରିକାର ବାର୍ଷିକ ଉତ୍ସବରେ ସେ ରାଜ୍ୟପାଳଙ୍କଠାରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ‘ଅକଲ ମକଲ ଟକଲ’ର ଉତ୍ସବରେ ଅର୍ପିତାଙ୍କ ସମେତ ତାଙ୍କ ବାପା ପ୍ରଶାନ୍ତ ସେଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କୁନି ଜଳପରୀକୁ ବର୍ତ୍ତମାନ ସାରା ରାଜ୍ୟରେ ସମ୍ମାନ ମିଳିବା ଆରମ୍ଭ ହେଲାଣି। ମା’ ସୁରେଶ୍ବରୀଙ୍କ କରୁଣାରେ ଆଗକୁ ଆହୁରି କୃତିତ୍ବ ଅର୍ଜିନ କରିବ ବୋଲି ବାପା ପ୍ରଶାନ୍ତ କହିବା ସହ ଅର୍ପିତାଙ୍କ କୋଚ୍‌ ସଞ୍ଜୟ ପାଣ୍ଡେ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe