କୁନିଝିଅର ସାହାସ: ୧୦ ମିନିଟ୍‌ରେ ୨୫୦ ମିଟର୍ ଲମ୍ବ ପୋଖରୀ ଅତିକ୍ରମ କରୁଛି ୬ ବର୍ଷର ଝିଅ

Advertisment
କୁନିଝିଅର ସାହାସ: ୧୦ ମିନିଟ୍‌ରେ ୨୫୦ ମିଟର୍ ଲମ୍ବ ପୋଖରୀ ଅତିକ୍ରମ କରୁଛି ୬ ବର୍ଷର ଝିଅ

ଏସ୍‌. ରାମପୁର:: ଛୋଟ ଝିଅର ବଡ଼ କାମ। ୧୦ ମିନିଟ୍‌ରେ ୨୫୦ ମିଟର୍‌ ଲମ୍ବ ପୋଖରୀରୁ ସହଜରେ ପହଁରି ପାରୁଛି। ଛୋଟ ବୟସର ଏକ ଝିଅର ପ୍ରଶଂସାରେ ଲୋକ ଶତମୁଖ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ବରିହାପଡ଼ା ନିବାସୀ ପ୍ରଶାନ୍ତ ସେଠୀ ଓ ରଶ୍ମିତା ସେଠୀଙ୍କ ୬ବର୍ଷର କୁନି ଝିଅ ରାଧାରଣୀ ରାଜେଶ୍ବରୀ ସେଠୀ ଓରଫ୍‌ ଅର୍ପିତା। ଏତେ କମ୍‌ ବୟସରେ ବି କୁନିଝିଅଟି ପୋଖରୀରେ ପହଁରି ନିଜର ସାହସିକତା ଦେଖାଇ ସାରିଛି। ରବିବାର ଦିନ ୧୧ଟାରେ ରାମପୁର ସ୍ଥିତ ବଡବନ୍ଧ(ଗୋତିବନ୍ଧ) ଠାରେ ଅର୍ପିତା ଓ ତା’ ବାପା ପ୍ରଶାନ୍ତ ପୋଖରୀକୁ ଯାଇ ନିତିଦିନ ପରି ପହଁରା ଅଭ୍ୟାସ କରୁଥିଲେ।

ଏ ସମୟରେ ଅର୍ପିତା ବଡ଼ବନ୍ଧ ଅପରମୁଣ୍ଡ ଘାଟରୁ ଅନିଲ କର୍ଣ୍ଣଙ୍କ ସହ ବନ୍ଧର ଖଣ୍ଡାଧୁଆ ଘାଟ ପାର୍ଶ୍ବରେ ଥିବା ପୁରୁଷ ଘାଟକୁ ଆନୁମାନିକ ୨୫୦/୩୦୦ମିଟର ହେବ ଅତି ସହଜରେ ଅତିକ୍ରମ କରିଥିଲା। ଲୋକେ ଅର୍ପିତାର ଏହି ସାହସିକତା ଦେଖିବା ସହ ଉତ୍ସାହିତ ବି କରିଥିଲେ। ଅର୍ପିତାର ବାପା ୬/୭ ମାସ ହେବ ତାକୁ ପ୍ରଶିକ୍ଷଣ ଦେଉଛନ୍ତି। ଝିଅକୁ ଜଣେ ଦକ୍ଷ ସନ୍ତରଣକାରୀ ଭାବେ ଗଢ଼ି ତୋଳିବାକୁ ଚାହାନ୍ତି ବାପା ପ୍ରଶାନ୍ତ। ପ୍ରତିଦିନ ଭୋର୍‌ ୫ଟାରୁ ସେ ପୋଖରୀକୁ ନେଇ ପ୍ରଶିକ୍ଷଣ ଦେଉଥିବା କହନ୍ତି ପ୍ରଶାନ୍ତ। ପ୍ରଶାନ୍ତ ମହାରାଷ୍ଟ୍ର ପୁନେସ୍ଥିତ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ତେବେ ଲକଡାଉନ ପରେ ଘରକୁ ଫେରିବା ପରେ ଏଠାରେ ପନିପରିବା ବିକ୍ରି କରିବା ସହ ଦିନମଜୁରିଆ ଭାବେ କମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଅର୍ପିତା ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଛି। ତା’ର ସନ୍ତରଣ ପ୍ରତି ଆଗ୍ରହ କହନ୍ତି ବାପା ପ୍ରଶାନ୍ତ। ତେବେ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଏହି ସ୍ବପ୍ନ ପୂରଣ ହେବ ବୋଲି ପ୍ରଶାନ୍ତ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe