ଅର୍ପିତାଙ୍କ ଓଡ଼ିଶା ସଂପର୍କ: ୩ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ

Advertisment
କାଗଜପତ୍ରରେ ୩ଟି କମ୍ପାନିର ନିର୍ଦ୍ଦେଶକ ଥିବା ବ୍ୟକ୍ତି ପ୍ରକୃତରେ ଅର୍ପିତାଙ୍କ ଡ୍ରାଇଭର

Anandabazar Patrika

ଭୁବନେଶ୍ୱର : ଇଡି ଜାଲରେ ଫସିଥିବା ତୃଣମୂଳ କଂଗ୍ରେସ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ଜଣେ ଓଡ଼ିଆ ଅଭିନେତ୍ରୀ। ମଡେଲିଂରୁ କ୍ୟାରିୟର୍‌ ଆରମ୍ଭ କରିଥିବା ଅର୍ପିତା ବଙ୍ଗଳା, ଓଡ଼ିଆ ଓ ତାମିଲ୍‌ ସିନେମାରେ ଅଭିନୟ କରିଛନ୍ତି। ୨୦୦୮ ମସିହାରେ ଶୁଭେନ୍ଦୁ ସ୍ବାଇଁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବନ୍ଦେ ଉତ୍କଳ ଜନନୀ’‌ ଜରିଆରେ ଅର୍ପିତା ଓଲିଉଡ୍‌ରେ ପାଦ ଥାପିଥିଲେ। ଏଥିରେ ତାଙ୍କ ସହ ସିଦ୍ଧାନ୍ତ, ସବ୍ୟସାଚୀ, ମୀନକେତନ ଅଭିନୟ କରିଥିଲେ। ୨୦୦୯ ମସିହାରେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପ୍ରେମ ରୋଗୀ’ ଓ ୨୦୧୦ରେ ଦେବୁ ପଟ୍ଟନାୟକ ନିର୍ଦ୍ଦେଶିତ ‘ତୋର ମୋର ଯୋଡ଼ି ସୁନ୍ଦର’ରେ ମଧ୍ୟ ଅର୍ପିତା ଅଭିନୟ କରିଥିଲେ। ଏହି ଦୁଇ ଚଳଚ୍ଚିତ୍ରରେ ମଧ୍ୟ ସେ ସିଦ୍ଧାନ୍ତ, ବୁଦ୍ଧାଦିତ୍ୟ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତାଙ୍କ ସହ ଅଭିନୟ କରିଥିଲେ। ଏହାବ୍ୟତୀତ ସେ ଅନେକ ବଙ୍ଗଳା ଚଳଚ୍ଚିତ୍ର ମଧ୍ୟ କରିଛନ୍ତି। ୨୦୦୯ରେ ସେ
ବଙ୍ଗଳା ସିନେମା ସୁପର୍‌ଷ୍ଟାର୍‌‌ ପ୍ରସନ୍ନଜିତ୍‌ ଚାଟାର୍ଜୀଙ୍କ ବିପକ୍ଷରେ ‘ମାମା ଭାଗ୍‌ନେ‌’ ଓ ୨୦୦୮ରେ ‘ପାର୍ଟନର୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା‌ରେ ଗତକାଲି ଇଡି ଅର୍ପିତାଙ୍କ କୋଲକାତାସ୍ଥିତ ଘରେ ଚଢ଼ଉ କରି ୨୦ କୋଟି ନଗଦ ଟଙ୍କା ଜବତ କରିବା ପରେ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe