ପରିଚୟ ବଦଳାଇ ଭଡ଼ା ଘରେ ରହୁଥିଲେ, ବାଂଲାଦେଶୀ ଯୁବତୀଙ୍କ ମାୟାରେ ପୁଲିସ ଝାଳନାଳ

ପରିଚୟ ବଦଳାଇ ଭଡ଼ା ଘରେ ରହୁଥିଲେ, ବାଂଲାଦେଶୀ ଯୁବତୀଙ୍କ ମାୟାରେ ପୁଲିସ ଝାଳନାଳ

Prameya News7

ବସ୍ତା-୨: ଜଣେ ମାୟାବିନୀ ମହିଳାଙ୍କୁ ନେଇ ସସ୍‌ପେନ୍‌ସ ବଢ଼ୁଛି। ଘର ତାଙ୍କର ବାଂଲାଦେଶ। ହେଲେ ବୋହୂ ସାଜି ରହୁଥିଲେ ବାଲେଶ୍ବରର ବସ୍ତାସ୍ଥିତ ଏକ ଭଡ଼ାଘରେ। ଯେଉଁଠି ଅନେକ ଯୁବକଯୁବତୀଙ୍କ ଭିଡ଼ ଜମୁଥିଲା। ତେବେ ଗତକାଲି ସଂପୃକ୍ତ ମହିଳା ଏବଂ ତାଙ୍କ ସ୍ବାମୀ ବୋଲାଉଥିବା ଯୁବକ ଧରାପଡ଼ିଛନ୍ତି। ସବୁ ଦିଗକୁ ନେଇ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ଅମର୍ଦ୍ଦା ରୋଡ୍‌ର ଏକ ଭଡ଼ାଘରେ ଜଣେ ମହିଳା ରହୁଥିଲେ। ସେ ନିଜକୁ ପ୍ରିୟା ସାହୁ ଏବଂ ସ୍ଥାନୀୟ ଅଞ୍ଚଳର ଯୁବକ ଲିଙ୍କନ ସାହୁଙ୍କ ପତ୍ନୀ ବୋଲି କହୁଥିଲେ। ତାଙ୍କ ନାମରେ ବସ୍ତା ଠିକଣା ଥିବା ଆଧାର କାର୍ଡ ମଧ୍ୟ ଅଛି। ତେବେ ଗତକାଲି ବସ୍ତା ପୁଲିସ ଓ ବାଂଲାଦେଶର ତଦନ୍ତକାରୀ ସଂସ୍ଥା ଉକ୍ତ ଭଡ଼ାଘରେ ଅତର୍କିତ ଚଢ଼ାଉ କରି ସଂପୃକ୍ତ ମହିଳାଙ୍କ ସହ ଲିଙ୍କନଙ୍କୁ ଉଠାଇନେଇଥିଲେ। ପରେ ମହିଳାଙ୍କୁ ବାଲେଶ୍ବର ସୁଧାର ଗୃହକୁ ପଠାଇଦିଆଯାଇଥିବା ବ‌େଳେ ଲିଙ୍କନଙ୍କୁ ବସ୍ତା ଥାନାରେ ଅଟକ ରଖାଯାଇଥିଲା।

ଆଇଜି ଓ ଏସ୍‌ପି ଡାକିଲେ ବୈଠକ
ବାଲେଶ୍ବରରେ ବିଦେଶୀ ତଦନ୍ତକାରୀ ସଂସ୍ଥା

ଯାହା ଜଣାପଡ଼ିଥିଲା ଭଡ଼ାଘରକୁ ପ୍ରାୟ ସମୟରେ ବିଭିନ୍ନ ଅଞ୍ଚଳର ଯୁବକ ଓ ଯୁବତୀମାନେ ଆସୁଥିଲେ। ସେଠାରେ ବିଳମ୍ବିତ ରାତି ଯାଏ ଆସର ଜମୁଥିଲା। ଅସଲରେ କ’ଣ ହେଉଥିଲା, ସେକଥା କେହି ଜାଣନ୍ତି ନାହିଁ। ତେବେ ପ୍ରାଥମିକ ତଦନ୍ତ ପରେ ନିଜକୁ ଲିଙ୍କନଙ୍କ ପତ୍ନୀ ପ୍ରିୟା ବୋଲି କହୁଥିବା ମହିଳା ଜଣକ ପ୍ରକୃତରେ ବାଲାଂଦେଶର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀ ବୋଲି ସାମ୍ନାକୁ ଆସିଛି। ଏପରି ସମୟରେ ରହସ୍ୟ ଉପରୁ ପର୍ଦ୍ଦା ଉଠାଇବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ଆଜି ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ଏସ୍‌ପି ସାଗରିକା ନାଥଙ୍କ ସହ ଆଇଜି ହିମାଂଶୁ ଲାଲ, ବସ୍ତା ଥାନା ଆଇଆଇସି ବାରିଣୀ ଦାସ ଏବଂ ବାଂଲାଦେଶ ତଦନ୍ତକାରୀ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ଘଟଣା ପଛରେ ସେକ୍ସ ରାକେଟ୍‌ ରହିଛି ନା ସଂଦିଗ୍ଧମାନେ ଦେଶ ବିରୋଧୀ ଷଡ଼୍‌ଯନ୍ତ୍ରକାରୀ; ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ସମୟରେ ଆଗକୁ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe