କୋର୍ଟରେ ହାଜର ହେବା ପ‌ରେ ଜେଲ ଗଲେ ଦେବଗଡ ବିଧାୟକ, ୨ ସହଯୋଗୀ

Advertisment
କୋର୍ଟରେ ହାଜର ହେବା ପ‌ରେ ଜେଲ ଗଲେ ଦେବଗଡ ବିଧାୟକ, ୨ ସହଯୋଗୀ

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ତିନି ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ।

publive-image

ଏହା ପୂର୍ବରୁ ବିଧାୟକ ଶ୍ରୀ ପାଣିଗ୍ରାହୀ ଭୁବନେଶ୍ବରରୁ ଦେବଗଡ଼ ନିଆଯିବା ବାଟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଭୁବନେଶ୍ବରରେ ଗିରଫ ହେବା ପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦେବଗଡ଼ କୋର୍ଟରେ ହାଜର ପାଇଁ ନିଆଯାଉଥିଲା। ତେବେ ବିଧାୟକଙ୍କୁ ରିଆମାଲ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ସାଲାଇ ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନରେ ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର କିଛି ସମର୍ଥକଙ୍କ ସହିତ ତିଲେଇବଣି ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ  କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହେବା ପରେ ଆହତ ଶ୍ରୀ ଦଳପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହେବା ପରେ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗରେ ଶ୍ରୀ ଦଳପତି କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ତହସିଲଦାର ପଲ୍ଲବୀ ନାୟକ, ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାନୀ ପ୍ରଧାନ ଏବଂ ଛେପିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁଙ୍କ ସହ ପହଞ୍ଚି ଉକ୍ତ ଗ୍ରାମରେ ତଦନ୍ତ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ୩ଟି ମୋବାଇଲ ଫୋନ୍ରୁ ଲଗାତାର କଲ୍ ଆସିଥିଲା। ଫୋନ୍ କରୁଥିବା ବ୍ୟକ୍ତିମାନେ ବିଡିଓଙ୍କୁ କହିଥିଲେ ଯେ, ବିଧାୟକଙ୍କୁ ଦେଖା କରନ୍ତୁ। କିନ୍ତୁ ବିଡିଓ ବ୍ୟସ୍ତ ଥିବାରୁ ପରେ ଦେଖା କରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe