୧୩ ଗାଡ଼ିି ମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି

Advertisment
୧୩ ଗାଡ଼ିି ମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି

turnto23.com

ଯାଜପୁରଟାଉନ/ସଦର  : ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ କ୍ରମେ ଚଣ୍ଡିଖୋଲ ଓ ଯାଜପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୁଲିସ ପ୍ୟାରେଡ ପଡ଼ିଆ ପାଣିକୋଇଲି ଠାରେ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଗାଡ଼ିଗୁଡ଼ିକ ପୁଲିଙ୍ଗ ପାର୍ଟି ଓ ପୁଲିସ ବ୍ୟବହାର ପାଇଁ ନିୟୋଜିତ କରାଯିବ। ଏଥିପାଇଁ ଫେବ୍ରୁଆରି ୧୨ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଡ଼ିମାଲିକମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ଜିଲ୍ଲା ପ୍ରଶାସନ ନିର୍ଦେଶକୁ କିଛି ଗାଡ଼ିମାଲିକ ଉଲ୍ଲଂଘନ କରିବା ସହ  ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି। ଫଳରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସେମାନଙ୍କ ବିରୋଧରେ ଲୋକ ପ୍ରତିନିଧିତ୍ଵ ନିୟମ ୧୯୫୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩ ଜଣ ଗାଡ଼ିମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରାୟ ୧୩୭ ଟି ଗାଡ଼ି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୩ ହଜାର ଗାଡ଼ି ଅଧିଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe