Sambad English
କଣ୍ଟାମାଳ : ଏକ ଅପହରଣ ମାମଲାରେ ଗିରଫ ହୋଇ ମନମୁଣ୍ଡା ଥାନାରେ ଥିବା ବୁକୁରାମୁଣ୍ଡାର କୃଷ୍ଣଚନ୍ଦ୍ର ଭୋଇ ଓରଫ୍ କାହ୍ନୁ ଗୁରୁବାର ଫେରାର୍ ହୋଇଯାଇଛି। ସୂଚନା ଅନୁସାରେ, କାହ୍ନୁକୁ ମଙ୍ଗଳବାର ମନମୁଣ୍ଡା ପୁଲିସ ଗିରଫ କରିଥିଲା। କୋର୍ଟ ଚାଲାଣ କରାଯାଇ ନଥିବାରୁ ତାକୁ ଥାନାରେ ରଖାଯାଇଥିଲା। ଗୁରୁବାର ଦିନ ୧୦ଟାରେ ସେ ଶୌଚ ହେବାକୁ କହି ଥାନାରୁ ଫେରାର୍ ହୋଇଥିବା ଜଣାଯାଇଛି। ତେବେ ମଙ୍ଗଳବାରଠାରୁ କାହ୍ନୁକୁ ଗିରଫ କରାଯାଇଥିଲେ ବି କାହିଁକି କୋର୍ଟ ଚାଲାଣ କରାଯାଇ ନଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Follow Us