ଜୁନ୍‌ ମାସରେ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ

Advertisment

ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ହେବ: ଓୟୁଏଟି

ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ହେବ: ଓୟୁଏଟି

ପଙ୍ଗପାଳ ଚିନ୍ତାରେ କଳାହାଣ୍ଡି  ଚାଷୀ: ପ୍ରଶାସନ ଆଗତୁରା ପଦକ୍ଷେପ ଗ୍ରହଣ କରିବାକୁ ଦାବି

ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ପୂର୍ବରୁ ଅର୍ଥାତ ଜୁନ୍‌ ମାସରେ ପଙ୍ଗପାଳ ଆସିପାରନ୍ତି । ଏଥିପାଇଁ ଓଡ଼ିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ହେବ ବୋଲି ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ସୂଚନା ଦେଇଛନ୍ତି।

Why Are Deadly Locusts Swarming India? An Expert Reveals The Answer The Better India

ଓଡ଼ିଶାକୁ ପଙ୍ଗପାଳ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ। ଏଥିସହିତ ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯିବ। କୃଷି ନିର୍ଦ୍ଦେଶକଙ୍କ ଅଧିନରେ କଂଟ୍ରୋଲ ରୁମ୍‌ ଖୋଲାଯାଇଛି। ତେବେ ସବୁ ଝିଂଟିକା ପଙ୍ଗପାଳ ନୁହଁନ୍ତି, ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ ହୋଇଥିବା ବେଳେ ହଳଦିଆ ରଙ୍ଗର ପଙ୍ଗପାଳ ପ୍ରତି ବିପଦ ନାହିଁ ବୋଲି ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ କହିଛନ୍ତି।

UN Agency Expects Locusts To Reach As Far As Bihar, Odisha ... Kashmir Observer

ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ଅଫ ଦି ୟୁନାଇଟେଡ ନେସନସ ପକ୍ଷରୁ ପ୍ରକାଶ ଯେ ଜୁନ ୧୫ କିମ୍ବା ଏହା ପରେ ଓଡ଼ିଶାକୁ ପଙ୍ଗପାଳ ଆସିପାରନ୍ତି। ଏଫଏଓ ପକ୍ଷରୁ ଏହି ସୂଚନା ଆସିିଥିବା ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର କହିଛନ୍ତି। ତେବେ ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ସଚେତେନ ଅଛନ୍ତି। କଂଟ୍ରୋଲ ରୁମ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତ୍ତନ ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ପଙ୍ଗପାଳ ଆସିବେ କି ନାହିଁ ସେତେବେଳେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ମୁଥୁ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe