ଅତାବିରା: ଟୋକିଓ ପାରା ଅଲମ୍ପିକରେ ସ୍ଵର୍ଣ୍ଣ ପଦକ ଆଣିଥିବା ଗୋଲଡେନ ବଏ ପ୍ରମୋଦ ଭଗତ ମଙ୍ଗଳବାର ନିଜ ଜନ୍ମମାଟି ବରଗଡ଼ ଜିଲ୍ଲା ଅତାବିରାରେ ପହଞ୍ଚିଛନ୍ତି।ଏଠାରେ ହଜାର ହଜାର ଜନତା ତାଙ୍କୁ ସ୍ୱାଗତ କରିଛନ୍ତି।
/sambad/media/post_attachments/wp-content/uploads/2021/09/e7cef986-8f78-4a63-a38d-2ed26e1b1674.jpg)
ଅଲମ୍ପିକ ପଦକ ଜିତିବା ପରେ ଅତାବିରାକୁ ଏହା ହେଉଛି ତାଙ୍କ ପ୍ରଥମ ଗସ୍ତ। ପ୍ରମୋଦଙ୍କୁ ଫୁଲରେ ସୁସଜ୍ଜିତ ରଥରେ ବସାଇ ଏକ ବିଶାଳ ବାଇକ ରାଲିରେ ଅତାବିରାକୁ ପାଛୋଟି ଆଣିଥିଲେ ତାଙ୍କ ସମର୍ଥକ ଏବଂ ଅତାବିରା ବ୍ଳକବାସୀ।
/sambad/media/post_attachments/wp-content/uploads/2021/09/a23662db-c4c7-4ad0-9391-702f8ddffe97.jpg)
ପ୍ରମୋଦ ନିଜ ମାଟିକୁ ଆସିବା ନେଇ ଚାରିଆଡ଼େ ଉତ୍ସବମୁଖର ହୋଇଯାଇଛି। ଗୋଡ଼ଭଗାରୁ ଲାଦରପାଲି ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ୧୦ କିମି ରାସ୍ତାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ରାସ୍ତା କଡ଼ରେ ବିଭିନ୍ନ ଗ୍ରାମର ଲୋକମାନେ ତାଙ୍କୁ ସ୍ୱାଗତ କରିଛନ୍ତି।
Follow Us