ଆର୍ଟ ଅଫ୍‌ ଗିଭିଂର ନବମ ବାର୍ଷିକ ସମାରୋହ ୧୭ରେ, ମୁଖ୍ୟ ଅତିଥି ଭାବେ ଯୋଗଦେ‌ବେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ

Advertisment
ଦିନକ ପାଇଁ ଶପଥଗ୍ରହଣ ଚର୍ଚ୍ଚା ବଢ଼ିଲା; ରାଜ୍ୟପାଳ ଆସିଲେ, ଆଜି ପୁଣି ହରିଆନା ଫେରିଯିବେ

Facebook

ଭୁବନେଶ୍ବର : ଆର୍ଟ ଅଫ୍‌ ଗିଭିଂର ନବମ ବାର୍ଷିକ ସମାରୋହ ଆସନ୍ତା ୧୭ ତାରିଖରେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଅପରାହ୍‌ଣ ୫ଟାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ମୁଖ୍ୟ ଅତିଥି, ଲୋକସେବକ ମଣ୍ଡଳ ସଭାପତି ନିରଂଜନ ରଥ ମୁଖ୍ୟବକ୍ତା ଏବଂ ୟୁନିଟ୍‌-୧ ଶ୍ରୀରାମମନ୍ଦିରର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସ ମହାରାଜ ଓ ଶିବାନନ୍ଦ ଶତବାର୍ଷିକୀ ହାଇସ୍କୁଲର ସଂପାକ ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ମହାରାଜ ସମ୍ମାନିତ ଅତିଥି ଭାବେ ଏଥିରେ ଯୋଗ ଦେ‌ବେ।

ସୂଚନାଯୋଗ୍ୟ, ସମାଜରେ ଖୁସି, ସଂପ୍ରିତି, ସୌହାର୍ଦ୍ଦ୍ୟର ପ୍ରଚାର ପ୍ରସାରର ଉଦ୍ଦେଶ୍ୟ ନେଇ ୨୦୧୩ ମେ’ ୧୭ ରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ‘ଆର୍ଟ ଅଫ୍‌ ଗିଭିଂ’ ଆରମ୍ଭ ହୋଇଥିଲା। ଚଳିତବର୍ଷ ଏହାର ବିଷୟବସ୍ତୁ ରହିଛି ଆଶା-ଆନନ୍ଦ-ସଂପ୍ରିତି। ବର୍ତ୍ତମାନ ଏହି ଅଭିଯାନ ବିଶ୍ବବ୍ୟାପକ ହେବା ସହ ଅନେକ ଦେଶର ଲକ୍ଷ ଲକ୍ଷ ବ୍ୟକ୍ତି ଏହି ଚିନ୍ତାଧାରାରେ ସାମିଲ ହୋଇ ଏହାକୁ ଅଭ୍ୟାସରେ ପରିଣତ କରିପାରିଛନ୍ତି। ଏହି ଦିବସରେ ଆର୍ଟ ଅଫ୍‌ ଗିଭିଂର କର୍ମକର୍ତ୍ତାମାନେ ଖାଦ୍ୟ, ପିଲାମାନଙ୍କୁ ପାଠ୍ୟୋପକରଣ, ନିତିଦିନିଆ ବ୍ୟବହାର ସାମଗ୍ରୀ ଓ ପୋଷାକ ବଣ୍ଟନ କରିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe