ଦଶରା ପଡ଼ିଆ ପାଚେରୀରେ ବରପୁତ୍ରଙ୍କ ଚିତ୍ର ଆଙ୍କିବା ଆରମ୍ଭ

Advertisment
ଦଶରା ପଡ଼ିଆ ପାଚେରୀରେ ବରପୁତ୍ରଙ୍କ ଚିତ୍ର ଆଙ୍କିବା ଆରମ୍ଭ

ଜୟପୁର: ଜୟପୁର ସହରର ମଧ୍ୟଭାଗରେ ପାରାବେଡ଼ାରେ ଥିବା ଦଶରା ପଡ଼ିଆ(ବିକ୍ରମ ଦେବ ଷ୍ଟାଡିୟମ ପଡ଼ିଆ)ର ପାଚେରୀରେ ଓଡ଼ିଶାର ବରପୁତ୍ରଙ୍କ ଚିତ୍ର ଆଙ୍କି ପୌରପାଳିକା ପକ୍ଷରୁ ପୂଜ୍ୟପୂଜା ଓ ସଚେତନତା ସୃଷ୍ଟି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ସଂପ୍ରତି ଓଡିଆ ଭା‌ଷାକୁ ନେଇ ବିଶ୍ବସ୍ତରରେ ସମ୍ମିଳନୀ କରୁଥିବାରୁ ଏହି ଅବସରରେ ପୌରପାଳିକା ପକ୍ଷରୁ ଏହି ପ୍ରୟାସ କରାଯାଇଥିବା କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଏଥିରେ ଓଡିଶାର ସମସ୍ତ ବରପୁତ୍ରଙ୍କ ଫ‌ଟୋଚିତ୍ର ସହ ପାର୍ଶ୍ବରେ ସେମାନଙ୍କ ନାଁ ବି ଲେଖାଯାଉଛି।

ସେଭଳି ପଡିଆ ସମ୍ମୁଖ ଗେଟକୁ ପୁନଃରୁଦ୍ଧାର କରିବା ସହ ସେଠାରେ ସୁନ୍ଦର ଆଲୋକୀକରଣ କରିବା ସହ ପଡିଆର ନାଁକୁ ଲାଇଟରେ ଲେଖାଯାଇଛି। ପଡ଼ିଆର ପୁନଃରୁଦ୍ଧାର ପାଇଁ କୋଟିଏ ଟଙ୍କାର ବ୍ୟୟ ଅଟକଳ ଓ ଡିପିଆର ପ୍ରସ୍ତୁତ କରି ରାଜ୍ୟସରକାରଙ୍କ ଅନୁମୋଦନ ପାଇଁ ଯାଇଥିବା ବେଳେ ତାହା ଅନୁମୋଦିତ ହୋଇ ଆସି ନଥିବା କହିଛନ୍ତି ନିର୍ବାହୀ ଅଧିକାରୀ। ଗତ କିଛି ଦିନ ହେବ ପଡ଼ିଆର ଗୋଟିଏ ପାର୍ଶ୍ବର ପାଚେରୀର ପଲସ୍ତର ଛଡ଼ାଯାଇ ପୁଣି ନୂଆରେ ପଲସ୍ତର କରାଯାଇଥିଲା। ଏହା ପରେ ଏହା ଉପରେ ବରପୁତ୍ରଙ୍କ ଚିତ୍ର ଅଙ୍କା ଯାଉଛି। ବୁଦ୍ଧିଜୀବୀ, ସାହିତ୍ୟିକ ମହଲରେ ଏହାକୁ ସ୍ବାଗତ କରାଯାଇଛି। ତେବେ ରାତ୍ର ସମୟରେ କିଛି ବ୍ୟକ୍ତି ପାଚେରୀ ପାର୍ଶ୍ବରେ ଥିବା ନାଳରେ ଶୈଚ କରୁଥିବାରୁ ଏଦିଗରେ ବିଶେଷ ଧ୍ୟାନ ଦେବାର ବି ଆବଶ୍ୟକତା ରହିଛି ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe