ଅର୍ଥତତ୍ତ୍ବ ଠକେଇ: ପ୍ରଦୀପ ଓ ମନୋଜଙ୍କ ଜାମିନ ଖାରଜ

ଅର୍ଥତତ୍ତ୍ବ  ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜାମିନ
ଛତ୍ରପୁର : ଛତ୍ରପୁର ଏସଡିଜେଏମ୍ କୋର୍ଟ ବୁଧବାର ଏକ ମାମଲାରେ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ‌ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଓ ଅନ୍ୟତମ ଅଭିଯୁକ୍ତ ମନୋଜ ପଟ୍ଟନାୟକଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ଛତ୍ରପୁର ଏସଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ (ଜିଆର୍ କେସ୍ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍ ନମ୍ବର ୬୮/୧୩) ମାମଲାରେ ଜାମିନ୍ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଥିଲେ। ଆବେଦନକୁ ଖାରଜ କରି ବିଚାରପତି  କହିଥିଲେ, ‘ଦିନକୁ ଦିନ ସମାଜରେ ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି।  ତେଣୁ ଏହା ଉପରେ ରୋକ୍ ଲଗାଇବା ନିହାତି ଜରୁରୀ ହୋଇ ପଡ଼ିଛି। ଯଦି ବର୍ତ୍ତମାନ ସ୍ଥିତିରେ ଅଭିଯୁକ୍ତମାନଙ୍କୁ ଜାମିନ ଦିଆଯିବ, ତା’ହେଲେ ଏହା ସମାଜରେ ଏକ ଖରାପ ଉଦାହରଣ ସୃଷ୍ଟି କରିବ’।
ସୂଚନାଯୋଗ୍ୟ ଯେ, ଅର୍ଥତତ୍ତ୍ୱ ଗ୍ରୁପ ମୁଖ୍ୟ ପ୍ରଦୀପଙ୍କ ନାମରେ ବହୁ ସଂଖ୍ୟକ ମାମଲା ଏବେବି ବିଭିନ୍ନ କୋର୍ଟରେ  ବିଚାରାଧୀନ ଅଛି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ।  ତଦନ୍ତକାରୀ ଅଧିକାରୀ ଛତ୍ରପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଏସଡିପିଓ ଗୌତମ କିଷାନ ଯୁକ୍ତି ଉପସ୍ଥାପନରେ ସହାୟତା କରିଥିଲେ।
ଛତ୍ରପୁରରେ ଅର୍ଥତତ୍ତ୍ୱ  ଚିଟଫଣ୍ଡ ସଂସ୍ଥାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲା। କଣମଣା ଗ୍ରାମର ଦେବରାଜ ସାହୁ ୨୦୧୦ ମସିହା ଡିସେମ୍ବର ୧ତାରିଖ ରେ ଏଠାରେ ଏକଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସଂସ୍ଥାର କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିଲା। ଟଙ୍କା ହଡ଼ପ ହୋଇଥିବା ନେଇ ଦେବରାଜ ଥାନାରେ ଏକ ଏତଲା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe