Advertisment

ନଡ଼ିଆକତା କଳାକୃତି ଦେଇଛି ନୂଆ ପରିଚୟ

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗଣ୍ଡାଧର ଗ୍ରାମର ମା’ବିରଜା ସ୍ବୟଂ ସହାୟିକା ଗୋଷ୍ଠୀ। ୯ ବର୍ଷ ତଳେ ବୁଲି ସାହୁ ଏହି ଗୋଷ୍ଠୀକୁ ଗଢ଼ିଥିଲେ। ବୁଲି ବର୍ତ୍ତମାନ ଏହି ଗୋଷ୍ଠୀର ସଭାନେତ୍ରୀ ଓ ବାସନ୍ତୀ ନାୟକ ସଂପାଦିକା ଭାବେ ଦାୟିତ୍ବ ତୁଲାଉଥିବା ବେଳେ ନଡ଼ିଆକତା କଳାକୃତି ସେମାନଙ୍କୁ...

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗଣ୍ଡାଧର ଗ୍ରାମର ମା’ବିରଜା ସ୍ବୟଂ ସହାୟିକା ଗୋଷ୍ଠୀ। ୯ ବର୍ଷ ତଳେ ବୁଲି ସାହୁ ଏହି ଗୋଷ୍ଠୀକୁ ଗଢ଼ିଥିଲେ। ବୁଲି ବର୍ତ୍ତମାନ ଏହି ଗୋଷ୍ଠୀର ସଭାନେତ୍ରୀ ଓ ବାସନ୍ତୀ ନାୟକ ସଂପାଦିକା ଭାବେ ଦାୟିତ୍ବ ତୁଲାଉଥିବା ବେଳେ ନଡ଼ିଆକତା କଳାକୃତି ସେମାନଙ୍କୁ...

fshhfsfhffh

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗଣ୍ଡାଧର ଗ୍ରାମର ମା’ବିରଜା ସ୍ବୟଂ ସହାୟିକା ଗୋଷ୍ଠୀ। ୯ ବର୍ଷ ତଳେ ବୁଲି ସାହୁ ଏହି ଗୋଷ୍ଠୀକୁ ଗଢ଼ିଥିଲେ। ବୁଲି ବର୍ତ୍ତମାନ ଏହି ଗୋଷ୍ଠୀର ସଭାନେତ୍ରୀ ଓ ବାସନ୍ତୀ ନାୟକ ସଂପାଦିକା ଭାବେ ଦାୟିତ୍ବ ତୁଲାଉଥିବା ବେଳେ ନଡ଼ିଆକତା କଳାକୃତି ସେମାନଙ୍କୁ ‌ଏକ ନୂଆ ପରିଚୟ ଦେଇଛି। ଏହି ଗୋଷ୍ଠୀରେ ୧୧ ଜଣ ମହିଳା ସ୍ବାବଲମ୍ବୀ ହୋଇଛନ୍ତି। ପ୍ରତ୍ୟେକ ମାସକୁ ୬ରୁ ୭ହଜାର ଟଙ୍କା ରୋଜଗାର କରୁଛନ୍ତି।

୨୦୦୯ ମସିହାରେ ବୁଲି ନଡ଼ିଆକତାରୁ ବିଭିନ୍ନ କଳାକୃତି ତିଆରି ପାଇଁ ମନ ବଳାଇଥିଲେ। ଏଥିପାଇଁ ନିଜ ପ୍ରୟାସରେ କିଛି ସାମଗ୍ରୀ ତିଆରି କରି ନିଜେ ବିକ୍ରି କରିଆସୁଥିଲେ।  ୨୦୧୫ ମସିହାରେ ସେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ।  ବର୍ତ୍ତମାନ ଏହି ଗୋଷ୍ଠୀରେ ଥିବା ସମସ୍ତ ମହିଳା  ନଡ଼ିଆକତାରୁ ହାତୀ, ହରିଣ, ଘୋଡ଼ା, ମୟୂର, କଇଁଛ, ଜିରାଫ୍‌, ଶଗଡ଼, ପେନଷ୍ଟାଣ୍ଡ୍, ବାଇଚଢ଼େଇବସା ଓ ଶ୍ରୀଜିଉଙ୍କ କଳାକୃତି ସମେତ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ନଡ଼ିଆକତା ଓ ଚୁମ୍‌କି ଅଣାଯାଉଛି। ଏହାସହ ସ୍ଥାନୀୟ ବଜାରରୁ ବିଭିନ୍ନ ରଙ୍ଗର ସୂତା, ଉଲ୍, ଭେଲଭେଟ୍ କପଡ଼ା, ଛୋଟକାଚ ଓ ରଙ୍ଗ କିଟ୍‌ କିଣାଯାଉଛି। ମହିଳାମାନେ ଘର କାମ ସାରିବା ପରେ ପ୍ରତିଦିନ ୩ରୁ ୪ ଘଣ୍ଟା ବିଭିନ୍ନ ସାମଗ୍ରୀ ଓ କଣ୍ଢେଇ ନିର୍ମାଣ କରୁଛନ୍ତି। ଏହି ସମସ୍ତ ସାମଗ୍ରୀ ଗୋପାଳପୁର, ପୁରୀ, ବ୍ରହ୍ମପୁର, ଛତ୍ରପୁର, ଢେଙ୍କାନାଳ, କଟକ ବାଲିଯାତ୍ରା, ଭୁବନେଶ୍ବର ହସ୍ତଶିଳ୍ପ ମେଳା ଓ ଖୋର୍ଦ୍ଧାର ଅଟ୍ରିରେ ଆୟୋଜନ ହେଉଥିବା ମହୋତ୍ସବ ଏବଂ ପ୍ରଦର୍ଶନୀରେ ବିକ୍ରି କରୁଥିବା ବୁଲି କହିଛନ୍ତି। 

ବର୍ତ୍ତମାନ ଏହି ମହିଳାମାନେ ନାବାର୍ଡ ସହାୟତାରେ ତାଲିମ ଗ୍ରହଣ କରିଛନ୍ତି। ସମସ୍ତେ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ସାମଗ୍ରୀ ପ୍ରସ୍ତୁତ ପାଇଁ ଗୋଟିଏ ଘର ଓ କତାରେ ପାଁପୋଛ ତିଆରି ପାଇଁ ମେସିନ୍‌ର ଆବଶ୍ୟକତା ପଡ଼ୁଛି। ଏଥିପାଇଁ ପ୍ରଶାସନର ସହଯୋଗ ମିଳିଥିଲେ ଭଲହୁଅନ୍ତା। ସେହିପରି ଅନ୍ୟ ମହିଳା ଗୋଷ୍ଠୀ ପାଇଁ ତାଲିମ ବ୍ୟବସ୍ଥା କରାଯାଇପାରି‌ଲେ ସେମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ ବୋଲି ସଦସ୍ୟା ନମିତା ବେହେରା, ଯାଜ୍ଞସେନୀ ନାୟକ, ନିର୍ମଳା ଗୌଡ଼, ସୁଜ୍ଞାନୀ ପ୍ରଧାନ, ବିନ୍ଦୁ ଡାକୁଆ, ସଜନୀ ରଣା, ମାୟା ପ୍ରଧାନ ଓ ସଂଯୁକ୍ତା ଗୌଡ଼ ପ୍ରମୁଖ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe