ନିଆରା ଢଙ୍ଗରେ ସ୍ମକଆର୍ଟ ମାଧ୍ୟମରେ ଡାକ୍ତରୀ ଛାତ୍ରୀଙ୍କ ପାଇଁ ନ୍ୟାୟ ମାଗିଲେ ଚିତ୍ରଶିଳ୍ପୀ  

Advertisment
ନିଆରା ଢଙ୍ଗରେ ସ୍ମକଆର୍ଟ ମାଧ୍ୟମରେ ଡାକ୍ତରୀ ଛାତ୍ରୀଙ୍କ ପାଇଁ ନ୍ୟାୟ ମାଗିଲେ ଚିତ୍ରଶିଳ୍ପୀ  

ବେତନଟୀ ସଦର: କୋଲକତାର ଆରଜି କର ମେଡିକାଲ ଏବଂ ଡାକ୍ତରଖାନାରେ ଗତ ୮ ତାରିଖ ରାତିରେ ଘଟି ଯାଇଥିବା ଲୋମହର୍ଷଣକାରୀ ଘଟଣା ପାଇଁ ସାରା ଦେଶରେ ଏବେ ବିକ୍ଷୋଭ ଜାରିରହିଛି।  ଲକ୍ଷାଧିକ ଡାକ୍ତର ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗତ ୮ ତାରିଖ ରାତିରେ ଘଟିଯାଇଥିବା ସେହି ଘଟଣାକୁ ସ୍ମକ ଆର୍ଟ ଜରିଆରେ ଆଙ୍କିଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଂଚଳର ବାସିନ୍ଦା ତଥା ସ୍ମକ ଆର୍ଟ ନିମନ୍ତେ ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା ଶିଳ୍ପୀ ସମରେନ୍ଦ୍ର ବେହେରା। ସେ ଆର. ଜି ମେଡିକାଲ କଲେଜ ପରିସରରେ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ମୃତ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଡାକ୍ତରୀ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବିରେ କୋଲକାତା ଠାରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନର ନିଆଁ ଜଳୁଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଭୁବନେଶ୍ବର, କଟକ, ସମ୍ବଲପୁର, ବାରିପଦା ସମତେ ରାଜ୍ୟ ଅନ୍ୟ ସ୍ଥାନରେ ମଧ୍ୟରେ ଆନ୍ଦୋଳନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe